ସଞ୍ଜ ସକାଳେ ତୁମରି ନାମ
ପ୍ରଭୁ ହେ ଜପୁଛି ଆକୁଳେ ଡାକୁଛି
ଫିଟାଅ ଭବ ବନ୍ଧନ
ସଞ୍ଜ ସକାଳେ…।।
ତୁମେତ ଅପରା ତୁମେ ଅଟ ପରା
ତୁମେ କୃଷ୍ଣା, ରାଧା ତୁମେ ପୁଣି ମୀରା,
କିଏ କେଉଁ ସ୍ତୁତି କରେ ହେ ଶ୍ରୀପତି
ତୁମେ ତ ଭକତ ଅଧିନ
ସଞ୍ଜ ସକାଳେ…।।
ଯାମନ ଯେପରି ତାପାଇଁ ସେପରି
ମଧୂର ମଳୟ ଆସଇ ଲହରୀ,
ନୀଚମନା ବିଷ ସୁମନା ପୀୟୂଷ
ହତଶୀରି ; ସନମାନ
ସଞ୍ଜ ସକାଳେ…।।
ବିପରିତ ଆଜି ଘଟେ ଧରଣୀ ରେ
ମଣିଷ ପିଶାଚ ବିଚରେ ମହୀରେ,
କେତେ ଡାକିଲିଣି ଶୁଣ ଗୁଣମଣୀ
ମୁକତି ମନାସେ ଧନ
ସଞ୍ଜ ସକାଳେ…।।
ନାହିଁ ଆଉ ଧର୍ମ ସର୍ବେ ଅଧରମ
ବାଟରେ ଗଲେଣି, ବିଷ ମିଶା ମନ,
ଦୟାକର ନାଥ ପ୍ରଫୁଲ୍ଲ ଆରତ
ଶୁଣ ଜଗତ ଜୀବନ ସଞ୍ଜ ସକାଳେ…।।
