ରଥ-ପଥ-ଜଗନ୍ନାଥ - ନୀଳିମା ନିବେଦିତା

0
ସମସ୍ତେ ରଥ, ପଥ, ଜଗନ୍ନାଥରେ ବ୍ୟସ୍ତ
ଆଉ ମୁଁ
ଦେହକୁ ଦେହୀରେ ଯୋଡ଼ିବାରେ,
ଚୁପ୍ ଚାପ୍ ବସିଛି, ମୋ ଆୟତ ବାଲକୋନୀରେ....
ଯେଉଁଠୁ ଦିଶେ ନୀଳ କନ୍ଦର ଭିତରେ ଭକ୍ତିରେ ଲୀନ ବିଶ୍ଵାବସୁ ଶବର,
ଯେଉଁଠୁ ଶୁଭେ ଚୈତନ୍ୟର କୃଷ୍ଣ ନାମ ତାଳେତାଳେ ଶ୍ରାବଣର ନୂପୁର,
ଯେଉଁଠି ଏକାକାର ହୁଅନ୍ତି ଧରଣୀପେନୁ ଓ ନଭୋମଣ୍ଡଳର କଳା ଘୁମର,
ଯେଉଁଠି ଥମିଯାଏ ଜିଇଁବାର ଅହନୀସି ଶୋଷ, ମରିବାର ମର୍ମଦୁନ୍ତ ଡର ।

ସମସ୍ତେ କାୟା, ମାୟା, ଛାୟାରେ ବ୍ୟସ୍ତ
ଆଉ ମୁଁ
ନିକାଞ୍ଚନ ନିରବତା ଖୋଜିବାରେ,
ଚୁପ୍ ଚାପ୍ ସାଜିଛି, ସାକ୍ଷୀ ମୋ ନିଜସ୍ଵ ଅସ୍ତିତ୍ଵରେ....
ଯେଉଁଠୁ ସମାଜର ଅକ୍ଷର ସବୁ ଝାପସା, ସ୍ପଷ୍ଟ ଦିଶେ ନାହିଁ ମଲାଟର ଉପର,
ଯେଉଁଠୁ କାକଳୀର ତଲ୍ଲୀନ ସ୍ଵର ଆଗେ ସବୁ ଫିକା, ଶୁଭେ ନାହିଁ ମାନବତାର,
ଯେଉଁଠି ବିଚ୍ଛିନ୍ନ ହୁଅନ୍ତି ତପସ୍ୟା ହଜାର ଓ ଗରିମା ଜୀବାତ୍ମାର
ଯେଉଁଠି ଟଣା ପୂର୍ଣ୍ଣଚ୍ଛେଦ ସମସ୍ତ ଆକାଂକ୍ଷ୍ୟା, ପୂର୍ଣ୍ଣାଙ୍ଗ ମୋକ୍ଷର ।

ହୁଏତ ! ଏସବୁ ମୋ ପାଗଳାମୀ,
କିନ୍ତୁ ଏଠି କିଏ ପାଗଳ ନୁହେଁ ଯେ ?


ନୀଳିମା ନିବେଦିତା
ସାଇ ବିହାର, ପଟିଆ, ଭୁବନେଶ୍ଵର, ପିନ- ୭୫୧୦୩୧
ମୋବାଇଲ- ୯୬୬୮୯୯ ୬୩୮୯

Post a Comment

0Comments
Post a Comment (0)