ଜେଜେ ଦୁଇ ଜଗିଛନ୍ତି ଘରଟାକୁ ଯଖ୍ୟ ପରି
ଚୁନ ଟିକିଏ କାନ୍ଥରୁ ଖସିଗଲେ ଗଲା ସରି
ଭାରି ଦୁଃଖ କେମିତି କରିବା ଏହାକୁ ଠିକ୍ କରି
କାହୁଁ ମିଳିବେ ଲୋକ ଏ ଏକ ବଡ ପ୍ରଶ୍ନ ଭାରି
ଜାଣନ୍ତି ଜେଜେ ଦୁଇ ଚାଲି ଗଲେ ସେମାନେ
ଏ ଘରକୁ ଭୋଗିବେ ଯେତେ ସବୁ ଭୁତ ମାନେ
ମାୟା ମୋହ ସବୁ ଜୀବନର ଗୋଟାଏ ଅଂଗ
ମରିବା ଯାଏ ମଧ୍ୟ ତାହା ଛାଡେ ନାହିଁ ସାଂଗ |
ରମାକାନ୍ତ ମିଶ୍ର
ମାୟା ମୋହ - ରମାକାନ୍ତ ମିଶ୍ର
August 18, 2018
0
