ଅଟଳଙ୍କ ବିଚ୍ଛେଦରେ - ସୁଦର୍ଶନ ସାହୁ

0
ସାରା ବିଶ୍ୱ ଝୁରି ହୁଏ
ମମତା ପଖଳା ସରଳ ମଣିଷ
ତାଙ୍କ ପରି ହେବ କିଏ ?
ଗରିବ ହୋଇଲା ଭାରତ ଜନନୀ
କାନ୍ଦୁଅଛି ମୁଣ୍ଡ କୋଡି
ମଣିଷ ପଣିଆ ସୂର୍ଯ୍ଯ ଅସ୍ତ ହେଲେ,
ଆସଇ ଅନ୍ଧାର ମାଡି ।।
ଧନୀ ନୁହେଁ ସିଏ ,କୋଟି କୋଟି ଟଙ୍କା
ସୁନା ରୁପା ଅଧିକାରୀ
ଧନୀ ସେହି ଲୋକ କୋଟି ହୃଦୟରେ
ରହିଥାଏ ଯିଏ ପୂରି ।।
ସେହିପରି ଜଣେ ଧନୀ ଚାଲିଗଲା,
ଭାରତ ହୁଅଇ ଝୁରି
ସରଳ ଜୀବନ ଉଚ୍ଚ ଆଦରଶ
କିଏ ହେବ, ତା'ର ସରି ।।
ଫୁଲ ଜଣାପଡେ ସୁବାସରୁ ସିନା,
ସୁଗୁଣରୁ ଜଣା ନର
ଆଚାର, ବିଚାର ବଡ କରିଥାଏ,
ଅମର ସ୍ମୃତି ତୁମର ।|


ସୁଦର୍ଶନ ସାହୁ
ଓଡ଼ିଆ ବିଭାଗ ଛାତ୍ର, ଏନ ସି କଲେଜ, ଯାଜପୁର

Post a Comment

0Comments
Post a Comment (0)