ଇଚ୍ଛା ହୁଏ ଆଜି ତୁମ ହାତ ଧରି
ଚାଲିବାକୁ ଦୂର ବାଟ ,
ଦୁହେଁ ହାତ ଧରି ବାଟ ଚାଲୁଥିବା
ପ୍ରୀତିର ହୋଇବ ଭେଟ ।
ନିରୋଳା ରାତିରେ ତୁମେ ଶୋଇଥିବ
ମଥା ରଖି ମୋ କୋଳେ ,
ମୁଁ ଗାଉଥିବି ପ୍ରେମ ଗୀତ ସାଥି
ଚିକି ମିକି ତାରା ମେଳେ ।
କେହିତ ନ ଥିବେ ଆମରି ବାଟରେ
ଭାଂଗିବାକୁ ଆମ ଯୋଡ଼ି ,
ସାତ ଜନମକୁ ଆମ ଏ ବନ୍ଧନ
କେବେ ଯିବ ନାହିଁ ଛାଡି ।
ସକାଳ ବିତିବ ସଂଜ ଗଡୁଥିବ
ବିତୁଥିବ ଦିନ ରାତି ,
ହେଲେ ଆମ ପ୍ରେମ ଅତୁଟ ବନ୍ଧନ
କେବେ ହେବ ନାହିଁ ଈତି ।।
