ସ୍ୱାଧୀନତା - ମିଥୁନ ସାହୁ

0
ସ୍ୱାର୍ଥପର ଆଜି ସଭିଏଁ ଏଇଠି
କେହି ନୁହଁଇ କାହାର,
ନିଜ ପାଇଁ ନିଜେ ଚିନ୍ତା କରୁଛନ୍ତି
ଭାବି ପର ଆପଣାର,।।
ଧୀରେ ଧୀରେ ଦେଖ ବଢି ଚାଲୁଅଛି
ଖାଲି ପାପର ଭଣ୍ଡାର,
କାନ୍ଦୁଛି କେମିତି ଧରଣୀ ମାଆ ଯେ
ଛାତିକୁ କରି ପଥର,,।।
ନ ଦେଖିଲାପରି ହୁଅନି ଏମିତି
ଆଖିଖୋଲି ଦେଖ ଥରେ,
ଆମରି ପାଇଁକି କେତେଯେ ଯନ୍ତ୍ରଣା
ସହୁଛି ସିଏ ସତରେ,,।।
ତାହାରି ପାଖରେ ଆସରେ ସଭିଏଁ
ଶପଥ ଆମେ କରିବା,
ଦରକାର ହେଲେ ତା'ପାଇଁ ଯେ ଆମେ
ଜୀବନକୁ ଦେଇଦବା,,।।




ମିଥୁନ୍ ସାହୁ,
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)