ନେ ରେ କାଳିଆ - ଘନଶ୍ୟାମ ସାହୁ

0
ମୋତେ ନେ ରେ କାଳିଆ ଆଉ ନକରି ଡେରି
ତୋର ଲଗାଇ ଡୋରି
ମାୟା ଜଞ୍ଜାଳେ ଅସ୍ଥିର ପ୍ରାଣ ମୋହରି ।୦।
ପୁତ୍ର କନ୍ୟା ପରିବାର ଏସବୁ ଭିଆଣ ତୋର
ମୋହ ମାୟା ସମ୍ପର୍କର ଲଗାଇ ଦେଖୁ ହୁନ୍ଦର
ନଚାଇ ଚାଲିଛୁ ଖାଲି
ହାତେ ମାୟାରଜ୍ଜୁ ଧରି ।।୧।
ନ ଶୁଣୁଛୁ ଏତେବେଳେ ନିରାଶ କି ମୋ କପାଳେ
ବସିଛୁ ବଡ଼ ଦେଉଳେ ଡାକୁଅଛି ମୁଁ ବିକଳେ
ନୟନରୁ ଧାର ଧାର
ଝରାଇ ଲୋତକ ବାରି ।।୨।
ତୁ ଅଛୁ ଯଦି ସତରେ ଗୁହାରି ମୋ ଶୁଣ ଥରେ
ଅନାଥ ନକରି ମୋରେ ଥିବୁ ସଦା ମୋ ସାଥୀରେ
ଦେଖାଦେଇ ବାରେ ହରି
ଭବସିନ୍ଧୁ କର ପାରି ।।୩।


ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ ,ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ , ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭ ।

Post a Comment

0Comments
Post a Comment (0)