ହେ ବିୃଶ୍ବ ନିୟତା ତୁମେ
ହେ ବିଶ୍ବ ବିହାରୀ
ତୁମେ ମାର ତୁମେ ତାର
ତୁମେ ସର୍ବାହାରି ........|| ୧ ||
ଜନମ ଦେଇଛ ପ୍ରଭୁ
ଦେଇଛ ମରଣ
କାହିଁ ଦେଇଅଛ ପୁଣି
ରାଗ ଅଭିମାନ .........|| ୨ ||
ଜାଣେନି ମଣିଷ ପ୍ରଭୁ
ତୁମରି ମାୟାକୁ
ଲୋଭ କ୍ରୋଧ ମୋହ ସବୁ
ଗ୍ରାସ କରେ ତାକୁ .......|| ୩ ||
ଅତି ଲୋଭେ ବିମୋହିତ
ହୁଏ ଯେଉଁ ନର
ଅତି ଶିଘ୍ର ତୁମେ ତାର
ସର୍ବ ନାସ କର ........ || ୪ ||
ଖାଲି ହାତେ ସଂସାରକୁ
ଛାଡି ଥାଅ ତୁମେ
ବିଦାୟ ବେଳରେ ଯାଏ
ପୁଣି ଖାଲି ହାତେ ........|| ୫ ||
ତଥାପି କାହିଁକି ହିଂସା
ହୁଏ ମଣିଷର
ମାୟା ତୁମ ନ ଜାଣିଲି
ବାରେ ଷମା କର ........|| ୬ ||
ହରାଇ ବସୁଛି ଯେବେ
ମୁହିଁ ମୋର ସର୍ତା
ତୁମେ ଆୟତ କର
ହେ ବିଶ୍ବ ନୀୟତା ........|| ୭ ||
କିରଣ ନାୟକ
ଖରିଡା, ହିଂଜିଳିକାଟୁ, ଗଞ୍ଜାମ
