ସେ ଏକ ପ୍ରଚଣ୍ଡ ଅଗ୍ନି ଶିଖା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ଟଳ ମଟଳ ତ ହେଉଛି ଭାରତ ଦିନୁ ଦିନ ବିର୍ଷଣତା
କାଳରାହୁ କଳା କରାଳ ଛାଇ ଟା ଗ୍ରାସ କରେ ସ୍ବାଧୀନତା
ଦୁର୍ଦ୍ଦିନେ ଦୁର୍ଦ୍ଧର ହେ ରାଷ୍ଟ୍ରନାୟକ କୋଟି ‌ଜନତାର ରାହା
ଟଳିଗଲ କହ କେଉଁ ‌ଅଭିମାନେ କାନ୍ଦଇ ଭାରତ ମାଆ ।।

ଭାରତ ମାଆ ର ଅମୂଲ୍ୟ ରତନ ଅନ୍ଧାର ଆକାଶେ ଜହ୍ନ
ସମାଜିକ ନ୍ୟାୟ ସମାଜ ସୂର୍ଯ୍ୟ ଏଜାତୀ କୁଳ ଚନ୍ଦନ
ମହା ସାଗର ରେ ଡୁବି ଗଲା ବେଳେ ସାଜି ଦୁର୍ଲ୍ଲଭ ତରାଇ
ଦଦରା ନଉକା ବାହିନେଇ ପରା ଦୁର୍ଦ୍ଦିନ ଦେଲ ଟଳାଇ ।।

ମହାସଂଗ୍ରାମର ମ଼ହାନ ନାୟକ ହୀମାଳୟ ଗିରି ଯଥା
ଅରାତି ତୁମର ସାହାସେ ଧୈ।ର୍ଯ୍ୟେ ନୁଆଇଁ ଦେଇଛି ମଥା
ତୁମର କିରତୀ ମହକ ମଳୟ ପବନେ ଲହରେ ଆଜି
କାହିଁକି ଏ ବେଳେ ଅମର ପୁରୀ କୁ କିଏସେ ନେଲାସେ ଡାକି ।।

କାହୁଁ ତୁ ଅଇଲୁ ଅକାଳ‌ ବଉଦ କାହାର ଆଦେଶେ ଆଜି
ଚନ୍ଦନ ବୃକ୍ଷରେ ଚୋଟ ମାରିଦେଲୁ ଆରେ ଦୁରାଚାରୀ ପାଜି
ଅମଳିନ ଏହି ଜାତୀୟ ପ୍ରତିଭା ପ୍ରଚଣ୍ଡ ଅଗ୍ନି ଶିଖା
ବିଶ୍ବ ଦରବାରେ ଉଡାଇ ଦେଇଛି ଏଜାତୀ ଜାତୀପତାକା ।।

ଭାରତମାତା ର ଜାଗ୍ରତ ସୈନିକ କବି ଅଟଳ ବିହାରୀ
ତୁମର କିରତୀ ପ୍ରତିଭା ସର୍ବଦା ଥିବା ଅମଳିନ ହୋଇ
ମୃତ୍ୟୁ କୁ କେବେ ନଡରେ ଯେଜନ ତାର ମୃତ୍ୟୁ କହ କାହିଁ; ?
ଲୁହଝରା ଦୁଃଖ କୋହରେ ତଥାପି ମନମୋଟେ ବୁଝୁନାହିଁ ।।

ବିଦାୟ କେମିତି ଦେବ ହେ କିଏସେ ତୁମେ ଜାତୀ ଇତିହାସ
ପ୍ରକୃତି ତୁମର ଚିର ସହଚର ତୁମେତ ଫୁଲ ସୁବାସ
ଯାବତ୍ ରବି, ଶଶି ଉଦେ ହେଉଥିବେ ଅମ୍ଳାନ ଅକ୍ଷରେ ତୁମ
ନାମ ରହିଥିବ ହେ ମହାନାୟକ ଘେନ ହେ ଶେଷ ପ୍ରଣାମ ।।

Post a Comment

0Comments
Post a Comment (0)