ଔଜଲ୍ୟ ଶ୍ରୀମୁଖ - ଘନଶ୍ୟାମ ସାହୁ

0
ଔତ୍ସୁକରେ ମୁହିଁ ଆସିଥିଲି ଧାଇଁ
ଦେଖିଲି କଳା ବଦନ
ଔଷ୍ଠ୍ଯ ଉଚ୍ଚାରିତ ଜୟ ଜଗନ୍ନାଥ
ଆପେ ହୋଇଲା ସ୍ଫୁରଣ ।।୧।
ଔଜଲ୍ଯ ଶ୍ରୀ ମୁଖ ଦେଖି ଲାଖି ଗଲା
ଚକାଡୋଳା କଲା ମାୟା
ଔଚିତ୍ଯ ଥିଲା ମୁଁ ଶୁଣିଥିଲି ଯାହା
ସତେ କି କଲା କିମିଆ ।।୨।
ଔପଳେ ଖୋଦିତ ଦେଉଳ ଚିତ୍ରିତ
ଶ୍ରୀମନ୍ଦିର ନାମେ ଖ୍ୟାତ,
ଔଦାର୍ଯ୍ଯ ପଣରେ ପତିତ ଉଦ୍ଧାର
କରେ ମୋ କଳା ସାଆନ୍ତ ।।୩।
ଔଦ୍ଧତ୍ଯ ମୋହର ଯଦି ଥାଏ କିଛି
ଦୟାମୟ କର କ୍ଷମା
ଔର୍ଦ୍ଧ୍ୱ ଦୈହିକ ହେବ ତୋ ଧାମରେ
ଦେଉଛି ତାହା ତୋ ଜିମା ।।୪।

ଟୀକା --- ଔତ୍ସୁକ--- ପ୍ରବଳ ଆଗ୍ରହ,
ଓୗଷ୍ଠ୍ଯ -- ଓଠ ଦ୍ଵାରା ଉଚ୍ଚାରିତ,
ଔଜଲ୍ଯ -- ଉଜ୍ଜ୍ୱଳତା,
ଔଚିତ୍ଯ ---- ଯଥାର୍ଥତା,
ଔପଳ --- ପ୍ରସ୍ତର ମୟ
ଔଦାର୍ଯ୍ଯ --- ଉଦାରତା
ଔଦ୍ଧତ୍ଯ ---- ଧୃଷ୍ଟତା
ଔର୍ଦ୍ଧ୍ୱ ଦୈହିକ -- ଅନ୍ତ୍ୟେଷ୍ଟି କ୍ରିୟା

ଘନଶ୍ୟାମ ସାହୁ
ଯୁଗ୍ମ ସମ୍ପାଦକ--ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡ।,
ପୋ:ଅ: କିଶୋର ଗଞ୍ଜ , ଜିଲ୍ଲା-ଅନୁଗୋଳ,
ମୋବାଇଲ ନମ୍ବର -- ୯୪୩୭୬୬୪୫୩୭,
ପିନ୍ କୋଡ --- ୭୫୯୧୨୭

Post a Comment

0Comments
Post a Comment (0)