ହେ ପ୍ରଥିତଯଶା ଯୁଗଜନ୍ମା ଆତ୍ମା
ଛାଡି ଚାଲିଗଲ କାହିଁ
ସର୍ବତ୍ର ଶୁଭୁଛି କ୍ରନ୍ଦନର ଧ୍ୱନି
ତବ ଶୂନ୍ୟସ୍ଥାନ ପାଇଁ ।।
ପଦ୍ମବିଭୂଷଣ ,ଭାରତ ରତନ
ପ୍ରବାଦ ପୁରୁଷ ତୁମେ
କବି ,ଦାର୍ଶନିକ ,ବାଗ୍ମୀ ବ୍ରହ୍ମଚାରୀ
ଜନ୍ମି ଗୋଆଲିୟର ଗ୍ରାମେ ।।
କାର୍ଗିଲ ଯୁଦ୍ଧ ଠାରୁ ପୋଖରାନ ବୋମା
ଜାତିସଙ୍ଗେ ଜୟ ସ୍ତୁତି
ଲାହୋର ପର୍ଯ୍ୟନ୍ତ ବସ ଚଳାଚଳ
କାଳ ଅଛି ମୂକସାକ୍ଷୀ ।।
ନାମଟି ଅଟଳ କାମରେ ଅଚଳ
ଲେଖନୀ ଯେ କାଳଜୟୀ
ମରତ ଗଗନେ ଦୀପ୍ତିମନ୍ତ ଶଶୀ
ଦିଗଦ୍ରଷ୍ଟା ଆମ ପାଇଁ ।।
ପଞ୍ଚଭୂତେ ଲୀନ ହେଲା ତବ କାୟା
ହୃଦେ ଅଛି ତବ ସ୍ଥାନ
କାଳ ସ୍ବର୍ଣ୍ଣାକ୍ଷରେ ଅକ୍ଷୟ ଅତୁଟ
ତବ କୀର୍ତ୍ତି ଗୁଣ ଗାନ ।।
ଦେବବ୍ରତ ଜେନା, ସହକାରୀ ଶିକ୍ଷକ
ରଣସିଂହପୁର ଆଶ୍ରମ ବିଦ୍ୟାଳୟ, ଭୋଗରାଇ, ବାଲେଶ୍ୱର
ଦୂରଭାଷ : ୯୫୮୩୧୩୮୫୩୩
ଅମ୍ଳାନ ଅଟଳ - ଦେବବ୍ରତ ଜେନା
August 20, 2018
0
