ପ୍ରଭୁଙ୍କ ରଥଯାତ୍ରା - ରୋଜା ପଣ୍ଡା

0
ଚନ୍ଦନ ଚର୍ଚିତ ନୀଳକଳେବର
ଆଜି ବସିଅଛ ରଥରେ
ବଡ଼ଦାଣ୍ଡେ ତୁମ ରଥ ଟାଣୁଥିବେ ମିଶି କୋଟି କୋଟି ଭକ୍ତରେ.
ଆହେ ବିଶ୍ୱରୁପି ପ୍ରଭୁ ହୃଷିକେଶ
ଭକତ ଜନର ତୁମେ ତ ବିଶ୍ୱାସ
ନନ୍ଦିଘୋଷେ ଆଜି ବିଜେ କରି ପ୍ରଭୁ
ବାଂଟୁଛ ଅମୃତ ଆଶିଷ .
ନଅ ଦିନ ଯାଏ ମାଉସୀଙ୍କ ଘରେ
କରିବ ତ ତମେ ମଉଜ
ଶ୍ରୀମନ୍ଦିରେ ଲଷ୍ମୀଦେବୀ ଝୁରୁଥିବେ
ତୁମ ଫେରିବାର ବାଟକୁ ତ ଚାହିଁ
କଟୁଥିବ ତାଙ୍କ ସକାଳ ସଞ୍ଜ.
ବାହୁଡ଼ାରେ ପୁଣି ବାହୁଡ଼ିବ ତୁମେ
ଶ୍ରୀମନ୍ଦିରେ ହେବ ପୁନଃ ପ୍ରବେଶ
ତୁମକୁ ଦେଖିଣ ପୁନର୍ବାର ପିଠେ
ମହାଲକ୍ଷ୍ମୀ ଙ୍କର ଭାଙ୍ଗିବ ରୋଷ.
ତୁମରି ଅବଡା ଖାଇବାକୁ ପୁଣି
ଆନନ୍ଦ ବଜ଼ାରେ ଲାଗିବ ଭିଡ
କୋଟିଏ ଦେବତା ପରା ଏ ସଂସାରେ
ସବୁଠାରୁ ଅଟ ତୁମେ ତ ବଡ଼.
ଆହେ ଇଛାମୟ ଇଛାରେ ତୁମର
ଭରିଦିଅ ମୋର ଥାଳ
ସ୍ଵଇଚ୍ଛାରେ ଆଜି ଗ୍ରହଣ କର ହେ
ମୋର ଏ ତୁଳସୀ ମାଳ ।


ପୂର୍ଣ୍ଣାନନ୍ଦ ଭବନ, ନେତାଜୀ ନଗର, ମଧୁପାଟଣା, କଟକ-୭୫୩୦୧୦

Post a Comment

0Comments
Post a Comment (0)