ମନ ଅଗଣାରେ ଜହ୍ନଟେ ଉଇଁଲା
ହସିଲା ଏଇ ଜୀବନ
ଯେବେଠୁ ରହିଲୁ ହୃଦୟରେ ମୋର
ଖୁସିରେ କଟିଲା ଦିନ ।
ପାଦରେ ପାଦତୁ ମିଶାଇ ଚାଲିଲୁ
ମିଠା କଥା କହି କହି
ଧୀରେ ଛୁଇଁଗଲୁ ଏ ଦେହ ମନକୁ
ପ୍ରୀତି ଗୀତ ଗାଇ ଗାଇ ।
ତୋ ହାତ ପରଷେ ପାଇଗଲି ଆଜି
ସପନର ମଧୁବନ
ମନ ଅଗଣାରେ ଜହ୍ନଟେ ଉଇଁଲା
ହସିଲା ଏଇ ଜୀବନ - - -
ଲୁହ ଲହୁ ସବୁ ପରଦେଶୀ ହେଲେ
ଅବଶୋଷ ହେଲା ଦୂର
ଯେବେଠୁ ମୋହାତେ ହାତ ତୋର ରଖି
କଲୁ ମୋତେ ଆପଣାର ।
ତୋ ପାଦ ପଡିଲା ଏଇ ଘରେ ମୋର
ଆସିଲା ନୂଆ ଲଗନ
ମନ ଅଗଣାରେ ଜହ୍ନଟେ ଉଇଁଲା
ହସିଲା ଏଇ ଜୀବନ - - -
