ଧୋକା - ଜ୍ୟୋତି ରଞ୍ଜନ ବାରିକ

0
ରଙ୍ଗ ତୁଳୀ ଧରି ମୋ ଜୀବନେ ଆସି
ସାତ ରଙ୍ଗ ଦେଇ କାହିଁ ବୁଣିଦେଲ
ମିଛ ଇନ୍ଧ୍ରଧନୁ
ମୋ ଜୀବନ ଆକାଶରେ ,,
ଆକାଶର ମେଘ ପରି
ସଜବାଜ ହେଇ ମାଟିକୁ ଓଲ୍ହାଇ
ରଙ୍ଗ ଢାଳିବା ବଦଳରେ
ପ୍ରତିବନ୍ଧକ ସାଜିଲ
ମୋ ରଙ୍ଗିନ ଜୀବନରେ ,,

ପ୍ରତାରଣା ର ନିଆଁ ରେ
ପ୍ରତି ମୁହୂର୍ତ୍ତରେ ଜାଳି ଜାଳି
ପ୍ରତାରିତ ପ୍ରେମିକ ଟିଏ
କାହିଁକି ସଜେଇ ଦେଲ
ଏ ସମାଜ ଆଗରେ ,
ବିଶ୍ୱାସ ଭରଷାର ଦ୍ୱାହି ଦେଇ
ଟିକେ ବି ପଛେଇଲ ନାହିଁ
ବିଶ୍ୱାସଘାତକତା କରିବାକୁ
ତମେ ମୋ ସାଥିରେ ,,,


ଜ୍ୟୋତିରଞ୍ଜନ ବାରିକ
ଚଢ଼େଇଗାଁ, ନିମାପଡା, ପୁରୀ

Post a Comment

0Comments
Post a Comment (0)