ହେ ପ୍ରଭୁ ଜଗତନାଥ - ମିଥୁନ ସାହୁ

0
ଦେଲନାହିଁ ବୋଲିି ଧନ ଦଉଲତ
ଦୁଃଖ ନାହିଁ ମନେ ମୋର,
ଏତିକି ଚାହୁଁଛି ମୋ ଉପରେ ସଦା
ଆଶିଷ ଥାଉ ତୁମ୍ଭର,,।।
ମୋ ଭାଗ୍ୟରେ ଯାହା ଲେଖା ହୋଇଅଛି
ତାହାହିଁ ନିଶ୍ଚିୟ ହବ,
ଜୀବନରେ ମୋର କର୍ମକୁ ଆଦରି
ଚାଲିବାକୁ ଯେ ପଡ଼ିବ,,।।
ଚାଲୁ ଚାଲୁ ଯଦି ଝୁଣ୍ଟି ପଡ଼ିଯାଏ
ଧରିନବ ମୋର ହାତ,
ସୁକର୍ମ ପଥରେ ମାର୍ଗ ଦର୍ଶାଇବ
ହେ ପ୍ରଭୁ ଜଗତନାଥ,,।।
କରୁଣା ତୁମ୍ଭର ପସେଥିଲେ ମୋର
ଲାଗିବନି କେବେ ଭୟ,
ତ୍ରିଭୂବନ ସାରା ଶୁଭୁଥାଉ ଖାଲି
ତୁମ୍ଭ ନାମେ ଜୟ ଜୟ,,।।


ମିଥୁନ୍ ସାହୁ
ମାଳ ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)