ହସ - ମାନସ ରଞ୍ଜନ ପଟ୍ଟନାୟକ

0
ହସୁଅଛି ଦେଖ ହସୁକୁରି ଝିଅ ହସ ତା ଭାରି ସୁନ୍ଦର,
ଅଙ୍କେଇ ବଙ୍କେଇ ପାଦ ପକାଇଲେ ରୁଣୁଝୁଣୁ ତା ନୂପୁର।
ହସିଦେଲେ ପରା କେଶରାଶି ତାର ଉଡୁଅଛି ଫର ଫର,
ମୁରୁକା ହସଟେ ଯେବେ ହସିଦିଏ ଫୁଲରେ ବସେ ଭ୍ରମର।
କୁଆଁରୀ କାଳରେ ଖିଲିଖିଲି ହସେ ସତେ ଗଜମୋତି ହାର,
ସୁନେଲି ଚେହେରା ଗୋଲାପି ଓଠରେ ହସିଲେ ଲାଗେ ସୁନ୍ଦର।
ଲାଜ୍ଜୁଆ ହସଟେ ଯେବେ ହସିଦିଏ ଝରିପଡେ ଫୁଲ ହାର,
ହସିହସୁଥିବ ହସରେ ହସରେ ପୁରିଉଠୁ ତାର ଘର।


ମାନସ ରଞ୍ଜନ ପଟ୍ଟନାୟକ
ସଂପାଦକ-ମାଟିର ମହକ

Post a Comment

0Comments
Post a Comment (0)