କେଣେ ଗଲୁ ଜଗା ଫେରି - ଜିତେନ୍ଦ୍ର ସାହୁ

0
କି' କଲୁ କୁହୁକ ରେ କଳା ମାଣିକ
ପଲକ ପଡୁନି ମୋର,
ଦିବସ ରଜନୀ ଯମାରୁ ବିତୁନି
ଯାତରା ପରଠୁ ତୋର,,।।
ଲାଗୁଛି କେମିତି ଆଜି ମୁଁ ଯେମିତି
ହେଇ ଯାଇଅଛି ଏକା,
ଭଲଲାଗୁନାହିଁ ତତେରେ ନ' ପାଇ
କାଳିଆ କପଟି ସଖା,,।।
ଭଲ ଲାଗୁଥିଲା ତୃପ୍ତି ମିଳୁଥିଲା
ରଥ ପାଖେ ତୋର ରହି,
ସରଧା ବାଲିରେ ମୁଁ ଖାଲି ପାଦରେ
ସ୍ବର୍ଗ ପାରୁଥିଲି ଛୁଇଁ,,।।
ଲୀଳାକଲୁ ତୁହି ଦେଖୁଥିଲି ମୁହିଁ
ନଅଦିନ ହେଲା ଧରି,
ସେଇ ରଥପଥେ ଏକା କରି ସତେ
କେଣେ ଗଲୁ ଜଗା ଫେରି,,।।


ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)