ସଞ୍ଜ ନଇଁଗଲେ ଗୋଧୂଳି ଛୁଇଁଲେ
ଛୁଇଁ ଯାଅ ଯେବେ ତୁମେ
ନିଶବ୍ଦ ପ୍ରହରେ ମନଗହୀର ରେ
ଅକୁହା ଉନ୍ମାଦ ଜନ୍ମେ !
କେତେ ହଜେଇଛି କେତେଯେ ପାଇଛି
ସ୍ମୃତିର ରୂପସୀ ହାଟେ
ମନେଭରି ପ୍ରୀତି ତୁମକୁ ହେ ନିତି
ସପନ ରାଇଜେ ଭେଟେ !
ତୁମରି କୋଳରେ ଲୋଟେ ନିରୋଳାରେ
ଖୋଜେ ମୁଁ ହଜିଲା ଦିନ
ମରୀଚିକା ସମ ମନ ହୁଏ ଭ୍ରମ
କେମିତିକା ତୁମ ପ୍ରେମ !
ମିଞ୍ଜି ମିଞ୍ଜି ତାରା ଜୋଛନାରେ ଭରା
ଦେଲ ଯେବେ ଉପହାର
ସଜେଇ ସପନ ବିମୋହିତ ମନ
ଆପଣା ଵି ହେଲେ ପର !
ଆଶାର ଅନଳେ ଜଳେ ମୁଁ ବିହ୍ଵଳେ
ଲୁଚିଗଲ ପ୍ରଭାତରେ
ଜଳୁଛି ଏ ମନ କୁହେଳିକା ସମ
ନୟନୁ ଲୋତକ ଝରେ !
ନିଷିଦ୍ଧ ସ୍ଵପ୍ନ - ପବିତ୍ର କୁମାର ନାୟକ
July 26, 2018
0
