କ୍ଷମାନିଧୀ କ୍ଷମା ସାଗର
କ୍ଷମାକର ପ୍ରଭୁ ଅପ୍ରାଧ ମୋର ।।
କ୍ଷୟ ହୁଏ ଆୟୁ , କ୍ଷିତୀପତି ମହାବାହୁ
କ୍ଷୀଣ ବାୟୁ ଏବେ , ନିଃଶ୍ୱାସେ ପ୍ରଶ୍ବାସେ
କ୍ଷରିତ ହେଲାଣି ଆସି ମୋହର ।।
କ୍ଷୀର ସିନ୍ଧୁ ଜେମା , ପ୍ରାଣବନ୍ଧୁ କଳାକାହ୍ନା
ଆକ୍ଷୀଳ ବ୍ରହ୍ମାଣ୍ଡ , ତେଜୋମୟ ଚନ୍ଦ୍ର
କ୍ଷୋଭ ତେଜ ନାଥ ସାରଙ୍ଗଧର ।।
କ୍ଷଣେ କ୍ଷଣେ ଆନ , ହୁଅଇ ଏହି ଜୀବନ
ଖଳ ଖେଳେ ପ୍ରାଣ , ଦେଖ ହୀନିମାନ
କ୍ଷୋଭେ ଏହିମନ ହୁଏ ଅଧୀର ।।
କ୍ଷୁଦ୍ର ଏ ପ୍ରଫୁଲ୍ଲ , ଡାକଇ ଆହେ ଈଶ୍ବର
କ୍ଷଣିକ ପାଇଁକି , ଢାଳି ଚକା ଆଖି
କ୍ଷଣେ ପାପ ପଙ୍କୁ ଉଦ୍ଦ୍ଧାର କର ।।
