ଜଗାରେ - ପବିତ୍ର କୁମାର ନାୟକ

0
ଜଗତର ନାଥ କାଳିଆ ସାଆନ୍ତ
ଲଗାଇଛୁ ଲୀଳା ଏଭଳି ତୁହି
ତୋ ଭକତ ଡୋରେ ବନ୍ଧାହେଲେ ଥରେ
ମୁକୁଳିବା ବାଟ ମିଳଇ ନାହିଁ....

ବରଷକ ପରେ ତୋ ବଡ଼ ଦାଣ୍ଡରେ
ତିନି ରଥ ପୁଣି ହୋଇଛି ଠିଆ
କିମିଆ କରିଲୁ ସାରା ଦୁନିଆଁକୁ
ପାଗଳ ପ୍ରାୟେକ ନାଚେ ମୋ ହିଆ....

ଆସିଛିରେ ହୋଇ ଭକତିରେ ବାଇ
ଦେଖିବାକୁ ତତେ ଗଳାର ମାଳି
ଖୋଜୁଅଛି ଆଖି ମୋର ମନ ପକ୍ଷୀ
ଦେଖା ଦେବୁ ବୋଲି କରୁଛି ଅଳି...

ଦେଖିବାକୁ ଧନ ତୋତେପରା ମନ
ନ ଦେଖି ହେଉଛି ମନ ଅଧୀର
ଖୋଲିଦେରେ ତୁହି ଦୁଃଖୀ ଜନ ପାଇଁ
ବଡ଼ ଦେଉଳକୁ ପଞ୍ଚମ ଦ୍ୱାର....

Post a Comment

0Comments
Post a Comment (0)