ଥାଉ ତୁମ ରଥଯାତ ଜଗନ୍ନାଥ
ଆଉ କିବା ଦରକାର
ତୁମ୍ଭ କୋଠି ହେଲା ସାହାଣ ମେଲା
ଅବାଧଙ୍କ ଦରବାର,
ଭୂଲିଯାଅ ପୋଡ଼ପିଠା ଖିଆ ପ୍ରଭୁ
ମାଉସୀ ଘରକୁ ବୁଲି
ମାଉସୀ ରାନ୍ଧଣା କ୍ଷୀରି ପୁରି ନାହିଁ
ଗୁଣ୍ଡିଚା ମନ୍ଦିର ଖାଲି,
ପିନ୍ଧି ପାରିବନି ସୋର୍ଣ୍ଣ ଅଳଙ୍କାର
ବନ୍ଦ ହେବ ରଜାବେଶ
ରତ୍ନଭଣ୍ଡାରର ସାଇତା ସମ୍ପତି
ବିଳିବିଳି କରି ଦେଖ,
ନବଦିନ ପାଇଁ ଆସ ଢଳି ଢଳି
ଜଗତ ଦର୍ଶନ ପାଇଁ
ସର୍ବ ଦେବାଦେବୀ ଜାତି କୁଳ ବୃତ୍ତି
ଆନନ୍ଦେ ଦର୍ଶନ ଦେଇ,
ହୋଇ ପାରିବନି ତୁମ ଲିଳାଖେଳା
ବସିଥିବ ରତ୍ନମଣ୍ଡପେ
ବନ୍ଦ କୋଠରୀରେ ବନ୍ଦୀ ହୋଇଯିବ
ମୁକୁଳା ପଡ଼ିବ ଜଗତେ,
(ନିନ୍ଦୁକ ଙ୍କ ଉଦ୍ଦେଶ୍ୟରେ).....
ଯୁଗେ ଯୁଗେ ଥିବେ ପ୍ରଭୁ ଜଗନ୍ନାଥ
ଅଦୃଷ୍ଯ ଆଉ ଅନନ୍ତ
ନିୟତିର ପେଞ୍ଚ ପୁରାନା ନିନ୍ଦୁକ
ଧର୍ମ କର୍ମ ଟିକେ ରଖତ,
ପୁରୁଖା ପଣ୍ଡିତ ନଥିଲେ ମୁରୁଖ
କହୁଥିଲେ ଧର୍ମବାକ୍ୟ
ସନାତନ ଧର୍ମ ରଖିଥିଲେ ଟେକ
ଆଇନ ଶାସ୍ତ୍ରରେ ଦେଖ,
ସ୍ବାର୍ଥ ପଢ଼ୀଆରି ବିଦ୍ଧି ନିୟାମକ
ନିଜକୁ ବୋଲାଇ ପଣ୍ଡିତ
ପାଶ୍ଚାତ୍ୟ ସଭ୍ୟତା ପ୍ରବେଶ ପାଇଁକି
ନିଅନ୍ତି ଅନୀତି ପଥ ,
ସଦବୁଦ୍ଧି ଦିଅ ହେ ଜଗନ୍ନାଥ
ଅବିଚାର ତୁମେ ରୋକ
ଆଇନ ଖସଡ଼ା ତୁମହିଁ ସଜାଡ
ସାଜି ପ୍ରଭୁ ନ୍ୟାୟଧ୍ୟୀଶ,
ଆମ୍ଭେ ଛାର୍ ଦୁଃଖୀ କି କରି ପାରିବୁ
ଲେଖନୀରୁ ଝରେ ଲୋତକ
ଶିରୀ ମନ୍ଦିରଯେ ଶ୍ରୀହୀନ ନହେଉ
ଏତିକି ବିନତି ରଖ
ଯୁଗେ ଯୁଗେ ଜଗନ୍ନାଥ
ଯୁଗେ ଯୁଗେ ଜଗନ୍ନାଥ।।
