ଭଲପାଇ ଯଦି ଭୂଲିବାର ଥିଲା
କାହିଁ ପାଉଥିଲୁ ଭଲ
ଭୂଲିଯାଇ ତୁହି ଖୁସିରେ ରହିଛୁ
ମୁଁ ଯେ ହୁଏ କଲଵଲ। ॥
କେମିତି ଭୂଲିଵି ପୁରୁଣା ଦିନକୁ
ଗୋଟି ଗୋଟି ପଡେ ମନେ
ନିଆଁ ନଥାଇ ମୋ ହୃଦୟ ଜଳୁଛି
ଜାଣିଲୁ ନାହିଁ ତୁ ଦିନେ
ଜିଅନ୍ତାଶଵ ଟେ କରି ଚାଲିଗଲୁ
ଵୁଝିଲୁନି ମୋର ମୂଲ। ॥
ଭଲପାଇ ଯଦି.....
ଵିଶ୍ଵାସରେ ମୋର ଵିଷ ଭରିଦେଲୁ
ଦେଲୁ ଏତେ ଵଡ଼ ଶାସ୍ତି
ଏମିତି ଜାଳିଲୁ ଦେହ ସହୁନାହିଁ
କେମିତି ସହିଵ ଛାତି
ଏତିକି କହିବି ଯୋଉଠି ଥାଆତୁ
ଚଲା ବାଟେ ଝରୁ ଫୁଲ। ॥
ଭଲ ପାଇ ଯଦି.....
ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ- ୯୮୫୩୩୫୪୯୩୮/୭୦୦୮୯୨୫୯୫୪
ଜିଅନ୍ତା ଶଵ - ପ୍ରକାଶ କୁମାର ଚାନ୍ଦ
July 16, 2018
0
