ବଦଳୁଛି ଗାଁ - ଦେବବ୍ରତ ଜେନା

0
ସ୍ନେହ ଭାତ୍ରୁପ୍ରେମ ବନ୍ଧନରେ ବନ୍ଧା
ଥିଲା ଯେ ଗାଆଁ ସେବର
ଅବିବେକୀ ହିଂସା କ୍ରୁର କପଟତା
ବସା ବାଂଧେ ଯେ ଏବର ।।
ପରୋପକାରଠୁ ବଳି ଯାଏ ଏବେ
ତୋଷାମଦୀ ଚାଟୁକାର
ଗୃହ ବିଭୀଷଣପଣେ ବି କରନ୍ତି
ସମ୍ପର୍କକୁ ଛାରଖାର ।।
ଦୈତ ପରିବାର ସୁଖ ଵି ମିଳୁନି
ଘର-ଘର ଗଣ୍ଡଗୋଳ
ଏକକ ଫାମିଲି ଆବୋରିଣ ଏବେ
ଖୁସିରେ ବିତୁଛି କାଳ ।।
ଗାଁ ଆଉ ଏବେ ଗାଁ ହୋଇ ନାହିଁ
ରାଜନୀତି ଜୁଆ ଆଡ୍ଡା
ନୀଚ ଭାବନା ଓ ଅମାନବିକତା
ସଂଗେ ଦାଦାଗିରି ଗୁଣ୍ଡା।।
ଧର୍ମ ପୁଣ୍ୟ ଏବେ ରସାତଳଗାମୀ
ସ୍ୱାର୍ଥକୁ କରି ସାରଥି
ପରଶ୍ରୀକାତର ହୋଇଣ ଦିଅନ୍ତି
ବିବେକକୁ ପୁର୍ଣାହୁତି ।।
ଚିତା ଓ ତିଳକ ବାହ୍ୟ ଭେକ ରୂପ
ଅନ୍ତର ଅସନା ଘର
ତିଳକୁ ତାଳ ଯେ କରିଣ ସଂପର୍କ
ବିଗାଡ଼ିବା ଧୁରନ୍ଧର ।।
ବଡ଼ ଦୁଃଖ ଲାଗେ ଏସବୁ ଦେଖିଣ
ମନ ହୁଏ ଅନ୍ଦୋଳିତ
ମାନସିକତା ବି ରୁଗ୍ଣ ଯେ ଏବର
ଏହାହିଁ ଆଜିର ସତ ।।

Post a Comment

0Comments
Post a Comment (0)