ଗୋପୀଭାବ - ଘନଶ୍ୟାମ ସାହୁ

0
ମିଟୁ ଡ଼ାକେ ଚକ୍ରଧର୍ ଶାରୀ ଡାକେ ହରି ହୋ
କଲା କାହ୍ନୁ ମୋହନ୍ ବଇଂଶୀଧାରି ।ଘୋଷା।
କଲାକାହ୍ନୁ ରାସ୍ ଲୀଲା କଲେ ବୃନ୍ଦାବନେ
କାମ୍ ଦାମ୍ ଛାଡି ବାଇହେଲେ ଗୁପୀମାନେ
କାଏ ମହନି କଲେ କାହ୍ନୁ ଦେଲେ ସବ୍ ପାଶିରି ।୧।
ବିଶାଖା,ଲଲିତା,ରାଧା,ଯାମିନୀ,କାମିନୀ
ବ୦ଶୀ ବଜେଇ ଡାକ୍ ଦେଲେ ନାମ୍ ଘିନି ଘିନି
ଯିଏ ଯେନ୍ତେଇ ଥିଲେ ଗଲେ ବ୦ଶୀକେ ସୁମୁରି ।୨।
ଯମୁନାର୍ ବାଏଲ୍ ଥି ଗୁପୀମାନେ ଏକ୍ ହେଲେ
ହାଏ କୃଷ୍ଣ ହାଏ କୃଷ୍ଣ ବୋଲି ଡାକ୍ ସେ ଛାଡ୍ ଲେ
କେତେ ଲୀଲା କଲେ କାହ୍ନୁ ଗୁପୀମାନ୍ କେ ଧରି ।୩।
ଦ୍ୱାପରର୍ ଥୂ କଲା କାହ୍ନୁ କଲିର୍ ଚକାଡୁଲା
ଶିରିକ୍ଷେତର୍ ବୃନ୍ଦାବନ୍ କେତେ ଲୀଲାଖେଲା
ଗୁପୀଭାବ୍ ରେ ଡାକ୍ ଦେଲେ ହେମା ଭବୁ ପାରି ।୪।


ଘନଶ୍ୟାମ ସାହୁ
‌ଯୁଗ୍ମ ସମ୍ପାଦକ --ତ୍ରିଧାରା ସାହିତ୍ୟ ସ୦ସଦ,ବଇଣ୍ଡା,
ପୋ:ଅ: କିଶୋର ଗଞ୍ଜ, ଜିଲ୍ଲା-ଅନୁଗୋଳ,
‌‌ମୋବାଇଲ ନମ୍ବର---୯୪୩୭୬୬୪୫୩୭,
ପିନ୍ କୋଡ -- ୭୫୯୧୨୭ ।

Post a Comment

0Comments
Post a Comment (0)