ଏତିକି ମିନତୀ ଆଜ - ସନ୍ତୋଷ ପଟ୍ଟନାୟକ

0
ସୁନାବେଶେ ଆଜି ଝଲସିବ ନାଥ
ଆରତଜନଙ୍କୁ ଚାହିଁ
ଭାଗ୍ୟକୁ ଆଦରି ବାରଦ୍ବାର ମୁହିଁ
ଦେଖହେ ଜଗତ ସାଇଁ....

ତୁମେ ଯଦି କର୍ତ୍ତା ସର୍ବହୃଦ ସ୍ଥିତା
ମୋ'କର୍ମ ତ ତୁମ ପାଇଁ
ତେବେ କିବା ଦୋଷେ ଦଣ୍ଡୁଅଛ ରୋଷେ
ବୁଝିବା ଶକତି ନାହିଁ....

ଲହୁ ଆଉ ଲୁହ ଝରି ଯାଏ ନିତି
ସବୁ'ତ ତୁମ୍ଭଙ୍କୁ ଜ୍ଞାତ
ଯଦି ମୁଁ ' ପତିତ ହେ ଜଗତ ନାଥ
ଉଦ୍ଧାରି ନିଅ ତ୍ବରିତ....

ମିନତୀ ବାଢ଼ିଲି ଭୋକିଲା ଉଦରେ
ଦୁଃଖ ବୁଝିବ ସାଆନ୍ତେ
ତୁମେପଛେ ନାଅ ସୁନା,ହୀରା,ଲୀଳା
ଦାସକର ଥରେ ମୋତେ....

ଅଭିଯୋଗ ନାହିଁ ମାଗୁଛି ମୁଁ ଭିକ
ଶୁଣ'ହେ ରାଜାଧିରାଜ
ଲଦିଲେ'ବି ଦୋଷ ଥାଉ ଟିକେ ଭାବ
ଏତକ ମାଗୁଣି ଆଜ....

Post a Comment

0Comments
Post a Comment (0)