ଶ୍ରୀମନ୍ଦିର ତୁମ୍ଭକୁ ଝୁରେ - ଜିତେନ୍ଦ୍ର ସାହୁ

0
ତୁମ୍ଭେ ଗଲାପରେ ବଡ ଦେଉଳରେ
ପଡୁନି ଚହଳ ଆଉ,
ଶୁଣ ହେ ମଣିମା ପୋଡ ପିଠା ଖିଆ
ସେତିକିରେ ତୁମ୍ଭ ଥାଉ,,।।
ନଅ ଦିନ ହେଲା ତୁମ୍ଭେ କଲ ଲୀଳା
ଭକତ ଭିଡରେ ରହି,
ଦେଖିଲେ ଭକତ ଧନ୍ୟ ହେଲା ନେତ୍ର
ଦିବ୍ୟ ଦରଶନ ପାଇ,,।।
ରଥପରେ ଚଢି ପୋଡପିଠା ଛାଡି
ଘଣ୍ଟ ମୃଦୁଙ୍ଗ ତାଳରେ,
ଆସିବା ହୁଅ ହେ ନ'ପଡି ଯେ ମୋହେ
ଶ୍ରୀମନ୍ଦିର ତୁମ୍ଭକୁ ଝୁରେ,,।।
ବାହୁଡି ଆସିଲେ ଦେଉଳକୁ ଗଲେ
ଭାଙ୍ଗିବ ମାତାଙ୍କ ରୋଷ,
ନିବେଦନ ମୋର ପୟରେ ତୁମ୍ଭର
ଧରିବନି ପ୍ରଭୁ ଦୋଷ,,।।


ଜିତେନ୍ଦ୍ର ସାହୁ
ଏମ୍. ତେନ୍ତୁଳିଆ, ପୋଲସରା, ଗଞ୍ଜାମ

Post a Comment

0Comments
Post a Comment (0)