ହଜି ଯାଇଛି ମୋ ପ୍ରୀତିର ଠିକଣା - ଲକ୍ଷ୍ମୀନାରାୟଣ ପଟ୍ଟନାୟକ

0

ଥିଲ ମୋ ପ୍ରେମର ଫୁଲ ବଗିଚାରେ
ହୋଇ ପ୍ରୀତି ଫୁଲଟିଏ
ମହକାଉ ଥିଲ ତୁମ ବାସନାରେ
ଦେଇ ପ୍ରେମ ମୂଲଟିଏ
ଶ୍ରାବଣରେ ଆମେ ଦୁହେଁ ଭିଜୁଥିଲେ
ବରଷାର ଧାରା ହୋଇ
ଫଗୁଣର ବାସ୍ନା ଚହଟାଉ ଥିଲା
ନେଉଥିଲା ମନ ମୋହି

କାଳ ବୈଶାଖୀ ତୁମେ ପାଲଟିବ
ଏକଥା ନଥିଲି ଜାଣି
କି ଲାଭ ପାଇଲ ନିଃସ୍ଵ କରି ମତେ
ଆଉ କାହା ମନ ଜିଣି
ପ୍ରୀତି ଉପବନ ନୀରବ ମଉନ
ଶୁଭୁନାହିଁ ସେ ରାଗିଣୀ
ହଜି ଯାଇଛି ମୋ ପ୍ରୀତିର ଠିକଣା
ନିଜକୁ ଶବ ଟେ ମଣି

ପ୍ରତୀକ୍ଷା ଯେ ମୋର ଜନ୍ମ ଜନ୍ମାନ୍ତର
ନାହିଁ ତିଳେ ଆବିଳତା
ଦେଖିନିଅ ଥରେ ମଶାଣି ଜୁଇରେ
ଜଳୁଛି ମୋହର ଚିତା


ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ମଙ୍ଗଳାଯୋଡି, ଖୋରଧା, ଓଡିଶା
ଦୂରଭାଷ: ୯୮୬୧୬୧୬୧୨୬

Post a Comment

0Comments
Post a Comment (0)