ହେରାପଞ୍ଚମୀର ଅନୁଚିନ୍ତା - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ପାଞ୍ଚଦିନ ହେଲା ଶ୍ରୀମନ୍ଦିର ଛାଡି
ଭାଇ, ଭଉଣୀ ଙ୍କୁ ନେଇ
ଗଲେଣି ସାଆନ୍ତେ ନକହିଣ ମୋତେ
କିଛି ଭଲ ଲାଗୁନାହିଁ
ରୋଷଶାଳା ପରା ଅନ୍ଧାରେ ପଡ଼ିଛି
ରତ୍ନବେଦୀ ଦିଶେ ଖାଲି
ଅସୁନ୍ଦର ଆହା ଦିଶଇ ଏ ବେଢା
ଭକ୍ତ କୋଳାହଳ ନାହିଁ ।।

ବିମଳା ଙ୍କ ସହ ବାଇଠକୁରାଣୀ
ମନ୍ତ୍ରଣା କରନ୍ତି ରହି
କହିଲେ ବିମଳା ଶୂଣ ଲୋ କମଳା
ଦେଖି ଆସ ଥରେ ଯାଇ
ନିଅ ମନ୍ତ୍ର ଧୂଳି ପାଇଲେ ତାହାଙ୍କୁ
ମୋହେ ବଶ କରି ଧରି
ଆଣି ଆସିବୁ ଲୋ ଥାଆନ୍ତୁ ପଛକେ
ସେ ଭଉଣୀ ଭାଇ ଦୁଇ ।।


ଥାପ,ପାଟ ଧରି ପଟୁଆର କରି
ସାଗର ଦୁଲଣୀ ଦୋଳେ
ବିଜେ କଲେ ଯାଇ ଗୁଣ୍ଡିଚା ମନ୍ଦିର
ନାକଚଣା ଦ୍ଵାରଠାରେ
ସଂଜ ତ ହେଲାଣି ଆଳତୀ ର ବେଳେ
ଗଡି ଗଡି ଯାଉଅଛି
ଭେଟକଲେ ଆସି ଜଗତର ନଥ
ମୁଖେ ସ୍ମିତ ହାସ୍ୟ ଦେଇ ।।

ଲକ୍ଷ୍ମୀଙ୍କର କର ଧରି ଚକ୍ରଧର
ବୋଲନ୍ତି ଗୋ ଠାକୁରାଣୀ
ମାନ କରନାହିଁ ଆଉ ତିନିଦିନ
ପରେ ପହଞ୍ଚିବି ଯାଇ
କହି ଚାଲି ଗଲେ ତରତରେ, ଲକ୍ଷ୍ମୀ
ଫେରୁଥାନ୍ତି ରୁଷ୍ଟ ହୋଇ
ବାଟରେ ଦେଖିଲେ ନନ୍ଦିଘୋଷ ରଥ
ଆସିଲେ ସେ ଭାଙ୍ଗି ଦେଇ ।।


ମନେ ଅନୁତାପ କରି ଅଧମୁଖେ
ଲୁଚି ବେଗ ବେଗ ହୋଇ
ବିନାସଲଟଣେ ଫେରିଆସିଥିଲେ
ସେ , ହେରାଗୋହିରି ଦେଇ
ହେରାପଞ୍ଚମୀ ର ଏହି ଯେ ବାରତା
ପତି, ପତ୍ନୀ ପ୍ରେମ ଏହି
ଜଗତ ଗୋସାଇଁ କରନ୍ତି ଏଲୀଳା
ମଣିଷ ବୁଝିବା ପାଇଁ ।।




ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,
ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0Comments
Post a Comment (0)