ମହକେ ଦୁନିଆ ମୋର - ପ୍ରକାଶ କୁମାର ଚାନ୍ଦ

0
ତୁମେ ହସିଦେଲେ ଫୁଲ ଫଗୁଣଟା
ଲାଜରେ ଝାଉଁଳି ଯାଏ
ତୁମେ ରୁଷିଗଲେ ମେଘ ଶ୍ରାବଣଟା
ଅଦିନରେ ଝରିଯାଏ। ।

ତୁମେ ଚାଲିଗଲେ ମାଟି ମହକଇ
ମହକେ ଦୁନିଆ ମୋର
ତୁମ ମିଠା କଥା ହୋଇ ସେ କବିତା
କଲମରୁ ଝରେ ମୋର
ତୁମେ ଗାଇ ଦେଲେ କୋଇଲିର ସ୍ୱର
କେଉଁଆଡ଼େ ହଜିଯାଏ
ତୁମେ ହସି ଦେଲେ....... ।।

ତୁମେ ଛୁଇଁ ଦେଲେ ଫୁଲ ପାଖୁଡାରୁ
ଝରିପଡେ ଯାଏ ମହୁ
ତୁମେ ଚାହିଁ ଦେଲେ ଜହ୍ନ ଲୁଚିଯାଏ
ପୂନେଇଁଟା ଥାଉ ଥାଉ
ତୁମେ ଆଙ୍କିଦେଲେ ଛଵିଟିଏ ସେ ତ
ଜିଇଁଥିବା ମନେହୁଏ
ତୁମେ ହସି ଦେଲେ.......

ତୁମ ଠାଣି ବାଣୀ ତୁମ ସେ ଚାହାଣୀ
ଛାତି ମୋର ଚିରିଦିଏ
ତୁମ ଓଢ଼ଣିରେ ଲକ୍ଷେ ପଦ୍ମ ଫୁଟେ
ମନକୁ ଚୋରେଇ ନିଏ
ତୁମରି ପାଇଁକି ଶାମୁକା ଗରଭେ
ମୋତି ଲୁଚି ରହିଥାଏ
ତୁମେ ହସିଦେଲେ......


ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ- ୯୮୫୩୩୫୪୯୩୮

Post a Comment

0Comments
Post a Comment (0)