ଜହ୍ନକୁ ପାଇବା ପାଇଁ
ଅପେକ୍ଷା କରିଛି କଇଁ
ଶିଉଳି ତୁଠରେ ମୁହଁକୁ ମାଜଇ
ପାଣିରେ ଦେଖିତା ଛାଇ,
ଲାଜକୁଳୀ ଜହ୍ନ ଝାଉଁଳି ପଡଇ
ଜହ୍ନ ଆଡେ ଦେଲେ ଚାହିଁ
ଅଲାଜୁକ ଜହ୍ନ ନିଇତି ଆସଇ
କଇଁ କୁ ଦେଖିବା ପାଇଁ ,
ଆଖିମାରେ ଜହ୍ନ ଆକାଶରେ ଥାଇ
ମୁରୁକି ହସଇ କଇଁ
ଲୁଚିଗଲେ ଜହ୍ନ ବାଦଲ ଫାଙ୍କରେ
କଇଁ କାନ୍ଦେ କଇଁ କଇଁ ,
ମନକଥା ଲେଖି ଚିଠିଦିଏ ଜହ୍ନ
ବର୍ଷା ହାତେ କଇଁ ପାଇଁ
ଚିଠି ନେଇ କଇଁ ପଚାରେ ବର୍ଷାକୁ
ସେ କି ଆସିବେ ନାହିଁ ,
ମନଦୁଃଖ କରି ଫେରିଯାଏ ବର୍ଷା
ଜହ୍ନ କୁ କହିବା ପାଇଁ
ଅପେକ୍ଷା କରିଛି ନିରୀମାଖି କଇଁ
ଝୁରୁଷି ସେ ତୋ ପାଇଁ ,,
ଜହ୍ନ ଓ କଇଁ - ଜ୍ୟୋତି ରଞ୍ଜନ ବାରିକ
July 31, 2018
0
