ବାହୁଡା ଯାତ୍ରା - ଦେବବ୍ରତ ଜେନା

0
ଜଗତ ଜନଙ୍କୁ ଦେଖା ଦେବା ପାଇଁ
କାଳିଆଠାକୁର ତୁମେ
ରଥଯାତ୍ରା ନାମୀ ପରବ ସର୍ଜିଲ
ବଡ଼ ଦାଣ୍ଡେ ପୁରୀ ଧାମେ ।।
ସକଳ ଭିଆଣକାରୀ ତୁମେ ପ୍ରଭୁ
ସବୁ ନାଟ ଗୋବର୍ଦ୍ଧନ
ଜଳମୟ ଆଜି ଓଡିଶା ପ୍ରଦେଶ
ବିଚିତ୍ର ହେ ଦୁଃଖୀଧନ ।।
ପ୍ରକୃତି ସାଧୁଛି କାହିଁ ଦାଉ କୁହ
ଜଳରେ ଭାସୁଛି ଦେଶ
ଚକା ଆଖି ତୁମ ସବୁ ତ ଦେଖୁଛି
କାହିଁକି କଲ ବିବଶ ।।
ମାତା ଲକ୍ଷ୍ମୀ ସତେ ଗୁମାନ କରିଣ
ଇନ୍ଦ୍ର ଦେବତାଙ୍କୁ କହି
ତୁମେ ଚାଲିଗଲ ଛାଡି ଦେଇ ବୋଲି
ଦେଲେ କିମ୍ପା ବରଷାଇ ।।
ଭକ୍ତ ଭାବଗ୍ରାହୀ କାଳିଆ ଠାକୁର
କି ଲୀଳା ତୁମ ମନରେ
ପରୀକ୍ଷା କରୁଛ ଭକତ ପୀରତି
ତୁମ ବାହୁଡା ଯାତରେ ।।
ଶ୍ରୀମନ୍ଦିର ବିଜେ କରିବ ହେ ପ୍ରଭୁ
ଭୁଲିବନି ଭକ୍ତ ଜନେ
ତୁମ ପ୍ରତୀକ୍ଷାରେ ରହିଅଛୁ ଆମେ
ଆର ବର୍ଷକୁ ଏ ଦିନେ ।।

Post a Comment

0Comments
Post a Comment (0)