କେମିତି ଟାଣିବେ ରଥ - ଜିତେନ୍ଦ୍ର ସାହୁ

0
ସାରା ସହରଟା ଜଳରେ ଡୁବିଛି
ଦିଶୁନାହିଁ କେଉଁ ପଥ,
କେମିତି ଆସିବେ ଭକତ ହେ ପ୍ରଭୁ
କେମିତି ଟାଣିବେ ରଥ ?।।
କମ୍ପି ଉଠୁଅଛି ଚଉଦିଗ ଆଜି
ରକ୍ଷାକର ରକ୍ଷାକର,
ପୋଡପିଠା ଖାଇ ପଡିଛ କି' ଶୋଇ
ଶୁଭୁନି ଆର୍ତ୍ତ ଚିତ୍କାର,,
ହେ ବିଶ୍ବବିହାରୀ ଭକତ ଗୁହାରୀ
କର ଥରେ କର୍ଣ୍ଣପାତ,
କେମିତି ଆସିବେ ଭକତ ହେ ପ୍ରଭୁ
କେମିତି ଟାଣିବେ ରଥ ?।।
ଏ କି' ଲୀଳା ତୁମେ ରଚୁଛ ଗୋସାଇଁ
କିଏ ବା ଜାଣିବ କୁହ,
ମହୋଦଧି ପରି ବଡଦାଣ୍ଡେ ପରା
ଛୁଟୁଛି ଜଳର ସୁଅ,,
ବାହୁଡିବା ପାଇଁ ମନ କି' ହେଉନି
କୁହ ହେ ଜଗତନାଥ,,
କେମିତି ଆସିବେ ଭକତ ହେ ପ୍ରଭୁ
କେମିତି ଟାଣିବେ ରଥ ?।।


ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା,ଗଞ୍ଜାମ

Post a Comment

0Comments
Post a Comment (0)