ବାହୁଡ଼ା ବ୍ରହ୍ମ - ପ୍ରକାଶ କୁମାର ଚାନ୍ଦ

0
ବାହୁଡିବ ଆଜି ବାହୁଡା ରଥରେ
ହସୁଅଛି ସିଂହ ଦ୍ୱାର
ବାହୁଡ଼ିଲା ବେଳେ ଏଦେହ ରଥକୁ
ବାହୁଡେଇ ନିଅ ମୋର ।।

ତୁମରି ଇଛାରେ ଆସିଥିଲି ଦିନେ
କାନ୍ଦିଥିଲି କୁଆଁ କୁଆଁ
ତୁମରି ଇଛାରେ ତୁମ ସ୍ୱର୍ଗ ଦ୍ୱାରେ
ଏ ଦେହରେ ଲାଗୁ ନିଆଁ
ଏତିକି ଗୁହାରି ଏଇ ଶେଷ ଇଛା
ମାଧବ ପୂରଣ କର।
ବାହୁଡିଲା ବେଳେ.......

ଜଳିଗଲେ ତୁମ ସରଗ ଦୁଆରେ
ଧନ୍ୟ ହୋଇଯିବି ମୁହିଁ
ନିତି ଦେଖୁଥିବି ପତିତପାବନ
ତୁମ ନାମ ତୁଣ୍ଡେ ନେଇ
ଛନ୍ଦା ଚରଣରେ ଦବ ହେ ଶରଣ
ମିଳୁ ଏଇ ଅଧିକାର
ବାହୁଡିଲା ବେଳେ.…..


ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ
ମୋ- ୯୮୫୩୩୫୪୯୩୮

Post a Comment

0Comments
Post a Comment (0)