ଜୟ ଜଗନ୍ନାଥ - ନିରଞ୍ଜନ ପଣ୍ଡା

0
ତୁମ ଭକତି ପାଦରେ ବନ୍ଧା ମୋ ଜୀବନ
ଆଉ କେତେଦିନକୁ..............
ଦୁଃଖେ ପାଣି ବୁଡ଼ିଲାଣି
ଆଣ୍ଠୁଏ ତ ହୋଇଲାଣି
ଧିରେ ଧିରେ ବଢି କରି
କଣ୍ଠାଗ୍ରତ ଧରିଲାଣି
ପ୍ରଭୂ ହେ ...ଦିଶେନାହିଁ ଚକା ଆଖିକୁ....
ତୁମ ଭକତି ପାଦରେ ବନ୍ଧା ମୋ ଜୀବନ
ଆଉ କେତେଦିନକୁ................ ||
ତୁମରି କରୁଣା ନେତ୍ର
ପଲକରେ ବିମୋହିତ
ଫରଫର ଉଡ଼େ ନେତ
ବୋଲାଏ ଜଗତନାଥ
ଶୁଣି ନଶୁଣିଲା ପରି
କାନକୁ ବଧିର କରି
ଚକାଚକା ଆଖିଦୁଇ
ଦେଖି ନଦେଖିଲା ପରି
ପ୍ରଭୂ ହେ...ହଉଛ କିଆଁ ମୋ ବେଳକୁ...
ତୁମ ଭକତି ପାଦରେ ବନ୍ଧା ମୋ ଜୀବନ
ଆଉ କେତେଦିନକୁ............... ||
ଦୁଖି ରଙ୍କିଙ୍କର ନାଥ
ବୋଲାଅ ଜଗତନାଥ
କରୁଣାର କୃପା ଢାଳି
ଭରିଦିଅ ରସାମୃତ
ମୋ ଦୁଇଆଖିର ତାରା
ଗରିବର ହୃଦ ପସରା
ବିପଦରେ ଗଣ୍ଟିସୂତା
ବାନ୍ଧି କଳ୍ପବଟେ ପରା
ପ୍ରଭୂ ହେ...ଡ଼ାକୁଛିରେ କେତେ ବେଳକୁ...
ତୁମ ଭକତି ପାଦରେ ବନ୍ଧା ମୋ ଜୀବନ
ଆଉ କେତେଦିନକୁ.............. ||

Post a Comment

0Comments
Post a Comment (0)