ମେଘ - ତପସ୍ଵିନୀ ଦାଶ

0
କଳା ହାଣ୍ଡିଆ ମେଘ ଟା
ବହେ ଛେଚି ଦେଇଗଲେ
ଉସାସିଆ ହୋଇ ଯାଏ
ସେ କଅଣ ବୁଝେ
ତା ଅଥାନିଆ ବର୍ଷାରେ
ଘଡଘଡି ଚଡ଼କରେ
କେତେ ହୋଇଛି କ୍ଷତି
କେତେ ଯାଇଛି ଜୀବନ।
କଅଣ ଆଉ କରନ୍ତା
ସେ ବି ତ କାନ୍ଦୁଥିଲା ଗୁମୁରି ଗୁମୁରି
ଏଇ କେତେ ଦିନ ହେଲା
ସାଗରରେ ଲଘୁଚାପ
ତା ଅନ୍ତରର ଲଘୁଚାପ
ଆଉ କା ଉପରେ ଢାଳନ୍ତା
ଉତ୍ତପ୍ତ ହୋଇ ସଞ୍ଚିଥିଲା
ଯେତେ ଯେତେ ଲୁହ ଲହୁ
ବଳକା ଅବଶୋଷ
କିଆଁ ବାୟୁ ମଣ୍ଡଳ
ତାକୁ ଦୟା ଦେଖାଇଲା
ସେଇଥିପାଇଁ ତ ଶୀତଳ ହାତର
ସ୍ପର୍ଶରେ ସେ ଢାଳି ଗଲା
ଅସରା ଅସରା
ସେ କିଆଁ ରଖିବ ଖବର
ତା ବର୍ଷାରେ
ଏ ଦୁନିଆ ଭାସିଲା କି
ରହିଲା
ଜାଣୁ ଏ ଦୁନିଆ
ପ୍ରବଳ ହେଲେ ତା କାମନା
ସେ ନିଆଁ ରେ ଜାଳି ଦେଵ ଦୁନିଆ
ଧୋଇନେବ ରଜବତୀ
ବସୁନ୍ଧରା ର ଅନ୍ତର ଯାତନା

Post a Comment

0Comments
Post a Comment (0)