ଅପ୍ରିୟ ସତ୍ୟ - ହୃଷିକେଶ ମିଶ୍ର

0
ଏଇ ଯେ ଶରୀର କେଡେ ସୁକୁମାର
ନିଇତି ହୁଏ ସଜେଇ,
ଦୀପ ଲିଭିଯିବ ଅନ୍ଧାର ଘୋଟିବ
ମିଛରେ ହୁଏ ଫୁଲେଇ।

ଲୋଭ,ମୋହ, ମାୟା ଭ୍ରମରେ ଭ୍ରମୁଛି
ଭ୍ରମର ପରାଏ ହୋଇ,
ବିଭୁ ପ୍ରେମ ସବୁ ଭୁଲି ସେ ଗଲାଣି
କ୍ଷଣିକ ସୁଖକୁ ପାଇ।

ଜୀବନ ଭିତରେ ଅତି ସନ୍ତର୍ପରେ
ଅରଜିଲା ଯେଉଁ ଧନ,
ଶେଷ ସମୟରେ ଶୂନ୍ୟ ହେବ ସେ ତ
ନ ଭୋଗିବ ଚିରଦିନ।

ଦଇବ ଦଉଡି ଭୁଲି ସେ ଗଲାଣି
ମଣିଷ ଗାଈ ଟେ ହୋଇ,
ଜେଣି କି ଟାଣିବ ତେଣିକି ସେ ଯିବ
ଆଉ କିଛି ବାଟ ନାହିଁ।

ଅରଜିଲା ଯାହା ଧର୍ମେ ରହି ତାହା
ଶେଷ ସମୟକୁ ସାହା,
ମହାଯାତ୍ରା ତାର ସଫଳ ହୋଇବ
ଥିଲେ ପ୍ରଭୁଙ୍କର ଦୟା।

ସତେକି ମୁକତି ପାଇଁ ନିତି ନିତି
ଭଜୁଥାଏ ରାମନାମ
ସେ ନାମ ଭଜିଣ ପ୍ରଭୁ ଶ୍ରୀ ଚରଣେ
ବିଲୀନ ହେବାକୁ ମନ


ମିଶ୍ର ହୃଷିକେଶ
ଖଲ୍ଲିକୋଟ, ଗଂଜାମ
ମୋ- 9556756756

Post a Comment

0Comments
Post a Comment (0)