ପରମାଣୁ ଗଳ୍ପ - ପଡିଶା ଘର ମାଆ - ଅମିତ ରଣା
July 17, 2018
0
ମାଆଟିର କାନ୍ଦଣା ଓ କେନ୍ଦରାବାଳାର କେନ୍ଦରା ଲୟ ସମାନ ହେଇଯାଇଥିଲା । ପୁଅ ଟି ମାଆକୁ ନିର୍ଦ୍ଦୟ ଭାବରେ ବାଡଉ ଥିଲା । ପଡିଶା ସହି ପାରିଲେନି ବୋଲି ଥାନାକୁ ଗଲେ । ଥାନା ରୁ ଡକରା ପଡ଼ିଲା ମାଁ ପୁଅଙ୍କୁ । "କି ରେ... ତୋ ବୋଉକୁ କାଇଁ ବାଡେଇଲୁ ?" ପୁଅ ପାଟିରୁ କଥା ନ ବାହାରୁ ମାଁ କହିଲା, "ନାଇଁ ବାବୁ ମତେ ୟେ କାହିଁକି ମାରିବ ! ପଡିଶା ଲୋକେ ମୋ ପୁଅ ଖୁସି ସହି ନ ପାରି ତମ ଠି ମିଛରେ ଫେରାଦ୍ କରିଛନ୍ତି ମୋ ପୁଅ ନାଁ ରେ" ଏହା ଶୁଣି ପୁଅ ଓ ପଡିଶା ଉଭୟ କାଠ ପାଲଟୁଥିଲେ.......।
