ପ୍ରେମ ପରିଧିର ପଷାପାଲିଟାରେ
ତୁମେ ତ ବିଷକନ୍ୟା
ପ୍ରିତୀ ପରିମିତି ଅଙ୍କକଷି ସାରି
ଉତ୍ତର ପାଏନା ଜମା,
ଏ'ତ ବଡ଼ ବିଡମ୍ବନା
ପ୍ରେମ ଗଣିତରେ ଭୂଲ୍ ହୋଇବାଟା
ଆଣେ ବୈଶାଖରେ ମହାବନ୍ୟା |
ବିଷକନ୍ୟା ସାଜି ବିରହ ବେଦିରେ
ବିପଟୀ ମାୟାର ବେସେ
କାମସୁତ୍ର ଦିଗେ ପାଗ ବଦଳାଏ
ନାଗୁଣୀ ରୁପରେ ଦଂଶେ,
ଜୀବନର ଶେଷ ରସେ
ମଦିରା ହାଟରେ ଲବଣୀ ଚୟନ
ନୀଳ ବିଷ ପରି ଦିଶେ |
ଆୟୁତ ସପନ ଊଙ୍କି ମାରୁଥାଏ
ଧ୍ବଜ ହୋଇଥାଏ ଭଙ୍ଗ
ଦୁଃଶ୍ଚରିତ୍ରା ମାୟା ଭ୍ରୁଲତା ନଚାଇ
ବାସ ସେଜେ ଦିଏ ରଙ୍ଗ
ନିସାରେ ମିଶାଇ ଭାଙ୍ଗ,
କାମୁକ ପରଷ ବିଷ କି ପୀୟୁଷ
ଜାଣେନାହିଁ ତନୁ ଅଙ୍ଗ |
ବାରଙ୍ଗନା ସାଜି ମଦିରା ପରାଏ
ମୈଥୁନ ମିଳନ ସ୍ବର୍ଗେ
ବିବସନା ହୋଇ ଶୃଙ୍ଗାର ରସରେ
ତନୁ ପରବତ ଲଙ୍ଘେ,
କାମ ନିରବତା ଭଙ୍ଗେ
ରଙ୍ଗ ମହଲର ରଙ୍ଗ ଶାଳାରେ
ପ୍ରିତୀ ରଙ୍ଗ ରସେ ଅଙ୍ଗେ |
