ଅଭିଳାଷର ଅବର୍ତ୍ତମାନରେ - ସିପ୍ରା ନାମତା (ନମ୍ରତା)

0
ଭିଜା ଆଖି ର, ପଲକ ତଳେ
ଅଭିମାନ ଚାହାଣୀ
ଅକୁହା ବାରତା ତୁମ ଚାପିଦିଏ
ମୌସୁମୀ ର ଲୁହ ,,
ଆତ୍ମ ତୃପ୍ତି ପାଇବାରେ
ସନ୍ଦିହାନ ତୁମ ମୁଖ ଦରପଣୀ
ସ୍ପର୍ଦ୍ଧା ଲଜ୍ଜା କରେ ସ୍ମୃତି ରେ
ଜଡାଇବାକୁ ହୃଦୟ ର କୋହ ।।

ଟିପି ଟିପି ବର୍ଷା ପାଣି ଭରିଦିଏ
ଶାନ୍ତ୍ବନା ର ସ୍ୱର ହୃଦୟରେ
ଆଖିର ଆଖିଏ ଶୂନ୍ୟତା କିନ୍ତୁ
ଚିରିଦିଏ ମନ ଆଉ ପ୍ରାଣ ,,
ବିରହ ବେଦନା ର ମୁହୂର୍ତ୍ତ ରେ
ଆରମ୍ଭ ରୁ ଶେଷ ସୀମା
ଥିଲେ ଥାଉ , ଆକାଶ ଟା କିନ୍ତୁ
ଧୂମ୍ର କୁଣ୍ଡଳୀରେ ଆଚ୍ଛନ୍ନ ।।

ମାୟା ମାନେ ସୃଷ୍ଟି ର ଆଦି ଅନ୍ତେ
ବିରାଜିତ ସକଳ ପଦାର୍ଥେ
ଗତିଶୀଳ ମନ ର ଚିକୁରେ
ତ୍ରିଭୁବନ ବିଜୟ ର ଆକାଂକ୍ଷା ,,
ସଦା କ୍ଷୁବ୍ଧ କରେ ଅସ୍ତିତ୍ୱ ଜୀବନେ
ଏବେ ତ ଗବାକ୍ଷ ଉନ୍ମୁକ୍ତ ହୁଏ
ଘଟଣା,ଦୁର୍ଘଟଣା ର ଅବସାନ ପରେ
ବାଦଲ ର ଧୁଆଁ ରେ (ଖାଲି ) ଜୀଇଁବାର ପ୍ରତୀକ୍ଷା ।।

ପ୍ରତି ଶ୍ବାସ ବାୟୁ ତୁମ ଚତୁର୍ଦ୍ଦିଗେ
ଆଚ୍ଛାଦିତ ଛଳନା ର ବର୍ମ ତଳେ
ଅହଂ ର ଜ୍ୱଳନ୍ତ ଅଗ୍ନି ରେ ଲେଲିହାନ
ଶିଖା ର ଲହ ଲହ ଅବୋଶୋଷ ,,
ଷଠୀଘର ଠାରୁ ଶେଷ ଜୁଈ ଡାକେ
ମୋକ୍ଷ ଲାଭ କରିବାକୁ ନଶ୍ୱର ଶରୀରେ
ଆତ୍ମାହୂତି ଦେବାପାଇଁ ନିର୍ବାଣ ପଥରେ
ଅବସାଦ ଅଲୋଡା ଯେ ଇପ୍ସିତ ଅଭିଳାଷ ।।

ସବୁତକ ମୋହ ବୋହିଯାଉ ଲୁହରେ
ତୁମ ଅବର୍ତ୍ତମାନ ରେ ମୂଲ୍ୟ ନାହିଁ ତା'ର
ଆଃ ସ୍ମୃତି କପାଟ ରେ ଅହଂ ର ସ୍ୱର
ଉଦ୍ଦାତ୍ତ ,ଚପଳ ପ୍ରତିଶୋଧ ବନହିଁ ଜଳେ ,,
ଆକାଶ ଟା ଲୁହ ଭର୍ତ୍ତି ଥମ ଥମ ଦିଶେ
ବିଜୁଳୀ ରଥରେ ବସି ସ୍ୱର୍ଗଅଭିମୁଖେ
ମେଘକନ୍ୟା ତୁମେ !ଯାଇପାର ,ହେଲେ
ମୋ ଦେହେ ଅଜସ୍ର ପାପ, ପୁଣ୍ୟ ନାହିଁ ତିଳେ ।।


ବାରିପଦା
8249750168

Post a Comment

0Comments
Post a Comment (0)