ଅଣସରୁ... ଆସ ବେଗେ - ସିପ୍ରା ନାମତା (ନମ୍ରତା)

0
ତନୁ ପ୍ରକମ୍ପିତ, ଅଣସର ବାସ
ଗାତ୍ର ଥରଥର, ଦଇତାସେବିତ
ଫୁଲରି ତଇଳ, ସର୍ବାଙ୍ଗ ପ୍ରଲେପି
ଓଷ ଲାଗି ହୋଇ, ଗର୍ଭ ଗୃହେ ରହି
ସେବା ପାଉଅଛ ଗୁପତ..............।।

ତ୍ରିଦିବସ ଓଷ, ତନୁ ହୁଏ ତୋଷ
ଚକା ପରେସାଜି, ସହଳ ବିରାଜି
ଶ୍ରୀଅଙ୍ଗ ବଲ୍ଲରୀ, ଭାଳେ ହେତୁ କରି
ଏକାନ୍ତ ଗମ୍ଭିରୀ, ଅସହ୍ୟ ହେଲାଣି
ଭକତ ପାଇଁ ଆକୁଳିତ ..............।।

ଖଳି ଲାଗି ପାଇଁ, ମନ ହୁଏ ବାଇ
ଘଣା ଲାଗି ହୋଇ, ସ୍ୱଚ୍ଛନ୍ଦ ରେ ଯାଇ
ବନକ ନୀତିରେ, ସୁନ୍ଦର ବେଶ ରେ
ନେତ୍ର ଉଭା ଲାଗି, ନବ ଯଉଵନେ
ଭକ୍ତ ଜନ ମନ ତୋଷିବ .............।।

ଆସିବାକୁ ପଥ, ଚାହିଁଛି ମୋ ନେତ୍ର
ଆଶା ଅସୁମାରୀ, ତୁମ ରୂପ ସ୍ମରି
ହେ କଳାବଦନ, ସମର୍ପିଛି ପ୍ରାଣ
ବ୍ରହ୍ମ ରେ ବିହରି, ଚରଣେ ତୁମରି
ଆତ୍ମା ହେଉଥାଉ ତୃପତ ..........।।


ତୁଲସୀଚୌରା, ବାରିପଦା
ମୋ-  ୮୨୪୯୮୫୦୧୬୮

Post a Comment

0Comments
Post a Comment (0)