ଫୁଲରେ ଫୁଲ - ଅନାମ ଚରଣ ସାହୁ

0
ଫୁଲରେ ଫୁଲ ତୁ' ମୋ ନିଜର ଅତି
ଭଲ ମୁଁ ପାଉଛି ତୋତେ କି ଦିନରାତି ।(ଘୋଷା)

ରୂପ ତୋ କୋମଳ ଧାରି ସୁନ୍ଦର ତନୁ
କେମିତି ଭୁଲିବି କହ ମୋହରି ମନୁ
ସଂସାରେ ଫୁଟୁରେ ତୁହି ଜାତିକି ଜାତି ।୧।

ଧଳା କଳା ନାଲି ନେଳି କେତେ ରଙ୍ଗର
ପରଜାପତି ଚୁମଇ ତୋର ଅଧର
ଭୁଲିଯାଏ ଦିନରାତି ପ୍ରେମରେ ମାତି ।୨।

ଦେବାଦେବୀ କରେ ପୂଜା ଦେଇ ମୁଁ ତୋତେ
ଅାନନ୍ଦ ଦଉଛୁ କେତେ ତୁ ନାନା ମତେ
ତୋ' ସହ ହସିଖେଳି ଖୁସି ମୁଁ ନିତି ।୩।

ବୀରଙ୍କର ଚଲାପଥେ ଗଲେ ତୁ ଶୋଇ
କୋଟିଜନ୍ମ ପୁଣ୍ୟଫଳ ଲଭୁରେ ତୁହି
ସବୁଦିନ ଖୁସିମାଗେ ହାତ ମୋ ପାତି ।୪।



ବିଭୁତିପୁର, କାକଟପୁର, ପୁରୀ,
ମୋ: ୯୯୩୭୨୧୦୨୬୦

Post a Comment

0Comments
Post a Comment (0)