ତୋହରି ଗର୍ଭେ ରହି,
ମୋ ଜନ୍ମ କି ଏତେ ଯନ୍ତ୍ରଣା
ସାଜଇ ତୁମ୍ଭ ପାଇଁ ।
ଚାହିଁ ନାହିଁ ମୁ ଜନ୍ମ ନେବାକୁ
ମୋ ଜନ୍ମ ଯଦି ଏତେ ଅମଙ୍ଗଳ,
କୁହ କାହିଁ ପାଇଁ ପ୍ରଚାର କରୁଛ
ନାରୀ ଆମ ସଂସ୍କୃତି ସ୍ୱର ।
କୁହ କାହିଁ ପାଇଁ ଆସିବି ମୁଁ ବାପା
ସୁନ୍ଦର ତୁମ ଧରା କୁ
ମୋ ପାଇଁ ଯଦି ଜାଗା ଜମା ନାହିଁ
ନିଶ୍ୱାସ ଟିକେ ନେବାକୁ ।
ଭାବୁଛ କାହିଁକି ବୋଝ ମୁହିଁ ହେବି
ତୁମରି କାନ୍ଧରେ ପଡି,
ଝିଅ କଣ କେବେ ଚଢ଼ଇ ପାରିବନି
ସଫଳତା ର ସିଡ଼ି ।
କୁହ କଣ ପାଇଁ ଆସିବି ମୁ ଭାଇ!
ତୁମରି ଗହଳି କୁ
କାହିଁ କରି ଦିଅ ତୁଚ୍ଛ ଯେ ଆମକୁ
ଭୁଲି ଯାଇ ଭାତୃତ୍ଵ କୁ ।
ରାକ୍ଷୀ ବାନ୍ଧି ଦେଇ କହି ଦେଉ ଭାଇ
ସାହା ହେବୁ ସଦା ବେଳେ
କହ କଣ ପାଇଁ ଭୁଲି ଯାଉ ତୁହି
ସୈତାନ ବସ ବଳେ ।
କେବେ ଫିଙ୍ଗି ଦିଅ ନାଳୀ କୁ ତ ପୁଣି
କେବେ ଅଳିଆ ଗଡା ରେ,
ଆଖିର ଲୁହ କି ଦିସେନି ତୁମକୁ
ବିବେକ ବ।ଧେ ନୀ ଥରେ।
ମୁ ନାହିଁ ଆଉ ସୁରକ୍ଷିତ ଏବେ
ତୁମରି ସମାଜ ମଧ୍ୟେ,
ଈଶ୍ୱରଙ୍କ ପାଖେ ଏତିକି ମିନତି
ନ ପଠାନ୍ତୁ ଆଉ ଏ ଭବେ। ।
ରାୟଗଡା, ନନ୍ତାର,
ମହାକାଳପଡ଼ା. କେନ୍ଦ୍ରାପଡା
