ସାହିତ୍ୟିକର ମନକଥା - ଗୀତିନାଟ୍ୟ ସାହିତ୍ୟର କେଉଁ ବିଭାଗରେ ଅନ୍ତର୍ଭୁକ୍ତ ?

0
କିଛିଦିନ ପୂର୍ବରୁ ଓଡିଶା ସାହିତ୍ୟ ଏକାଡେମୀ ଦ୍ଵାରା ବିଭିନ୍ନ ବିଭାଗରେ ଏକାଡେମୀ ପୁରସ୍କାର ଲାଗି ଗଳ୍ପ, କବିତା, ଉପନ୍ୟାସ, ରମ୍ୟ ରଚନା, ଭ୍ରମଣ କାହାଣୀ ଆଦି ପୁସ୍ତକ ଦାଖଲ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଗୀତିନାଟ୍ୟ ପୁସ୍ତକ କେଉଁ ବିଭାଗର ଅନ୍ତର୍ଭୁକ୍ତ ହେବ ନା ନାହିଁ ସେ ବାବଦରେ ଏକାଡେମୀ କର୍ତ୍ତୁପକ୍ଷ କୌଣସି ସୂଚନା ପ୍ରଦାନ କରିନଥିଲେ । କାବ୍ୟ-କବିତା ଓ ଗୀତି କବିତା ନିମନ୍ତେ ଅଲଗା ଚୟନ ହେଲାବେଳେ କେବଳ ନାଟକ ପୁସ୍ତକ ମଗାଯାଇଛି, କିନ୍ତୁ ଗୀତିନାଟ୍ୟ ପୁସ୍ତକ ବାବଦରେ କୌଣସି ସୂଚନା ଦିଆଯାଇନଥିଲା । ଗୀତିନାଟ୍ୟ ରଚନା କରୁଥିବା ଲେଖକ/ଲେଖିକା ମାନେ କ'ଣ ସାହିତ୍ୟିକ ପଦବାଚ୍ୟ ନୁହଁନ୍ତି କି ? ଗଣକବି ବୈଷ୍ଣବ ପାଣି ଓ ଗୋପାଳ ଛୋଟରାୟଙ୍କ ଭଳି ଯଶସ୍ଵୀ ଗୀତିନାଟ୍ୟକାର ମାନଙ୍କ ଫଟୋ ପୂଜା ପାଉଛି ବିଭିନ୍ନ ସାରସ୍ଵତ ଅନୁଷ୍ଠାନ ମାନଙ୍କରେ ଏବଂ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ସେମାନଙ୍କ ନାମ ଓଡିଆ ବାଣୀ ଭଣ୍ଡାରରେ । ତଥାପି ଗୀତିନାଟ୍ୟ ପୁସ୍ତକ କେଉଁ ବିଭାଗରେ ଦାଖଲ କରାଯିବ ତାହାର ସଠିକ ତଥ୍ୟ ଏକାଡେମୀ ତରଫରୁ ଦିଆଯାଇନାହିଁ । ଏହାକୁ ନେଇ ବର୍ତ୍ତମାନ ପିଢିର ଗିତିନାଟ୍ୟକାରଙ୍କ ମନରେ ଅନେକ କ୍ଷୋଭ ଓ ଅସନ୍ତୋଷକୁ ଜନ୍ମ ଦେଇଛି । ପ୍ରଶ୍ନ ଉଠୁଛି ସେମାନେ କଣ ଗାଳ୍ପିକ, ଔପନ୍ୟାସିକ, କବି, ପ୍ରାବନ୍ଧିକ ଓ ନାଟ୍ୟକାରଙ୍କ ଭଳି ସାହିତ୍ୟିକର ପଦବାଚ୍ୟ ନୁହଁନ୍ତିକି ? ଆପଣ ଏହାର ବିଚାର କରନ୍ତୁ.... (ଧରିତ୍ରୀ ଖବର କାଗଜରେ ପୂର୍ବ ପ୍ରକାଶିତ)




ମାନସ ରଞ୍ଜନ ପଟ୍ଟନାୟକ,
ସମ୍ପାଦକ - ମାଟିର ମହକ,
ସାକ୍ଷୀଗୋପାଳ, ପୁରୀ,
ଦୂରଭାଷ : ୯୦୪୦୭୫୧୪୯୦

Post a Comment

0Comments
Post a Comment (0)