ସାଇନାଥ ଶରଣ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ସାଇନାଥ ସାଇନାଥ ସାଇନାଥ ହେ
ଶିରିଡି ର ଅଧିଶ୍ବର
ସ୍ବର୍ଣ୍ଣ ସିଂହାସନେ ବିଜୟ କରିଛ
ଯୋଗୀରାଜ ଯୋଗେଶ୍ୱର ହେ ସାଇନାଥ….।।

ତୁମ ନାମ ମନ୍ତ୍ର ଗାଇ ଗାଇ ଭକ୍ତ
ଲଭେ ଆନନ୍ଦ ଅପାର
ତୁମେ ସାଇ ଭକ୍ତ ନୟନ ସଂଖାଳି
ତୁମେ ତାର ଆପଣାର
ତେଣୁ ଭକତର ସକଳ ଦୁଃଖ କୁ
ତୁମେ କରିଥାଅ ଦୂର, ସାଇନାଥ…।।


ସିରିଡ଼ି ଧାମକୁ ଆସନ୍ତି ଭକତ
ତୁମ ଦରଶନ ପାଇଁ
ସମାଧୀ ମନ୍ଦିରେ ତୁମ ଦରଶନେ
ମନେ ଶାନ୍ତି ବିରାଜଇ
ଆହେ ସାଇ ନାଥ ସିରିଡ଼ି ସନ୍ଥ
ହେ ପ୍ରେମମୟ ଠାକୁର,ସାଇ ନାଥ….।।

ଶରଣ ରକ୍ଷଣ ଓଁ ସାଇ ବ୍ରହ୍ମ
ସରୋଜ ପଦେ ଶରଣ-ପଶୁଛି'
କାରଣ କର ଏ ଜୀବନ
ଭଜେ ସେ ପବିତ୍ର ନାମ
ପ୍ରଫୁଲ୍ଲ ଫୁଲ ର ପୁଷ୍ପାଞ୍ଜଳୀ ଦେଲା
ଏ ଜୀବନ ଧନ୍ୟକର, ସାଇନାଥ….।।






ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0Comments
Post a Comment (0)