ବହୁ ପଥ ଅତିକ୍ରାନ୍ତ କଲି
ଚାଲୁ ଚାଲୁ ଅରଣ୍ୟରେ ଦିନେ
ତୁମରି ମହକ ପାଇ ପାଗଳ ସାଜିଲି
ଜୀବନର ଏ ଚଲା ବାଟରେ....
ଅଟକି ଗଲା ମୋ ପାଦ ତୁମକୁ ମୁଁ
ଦେଖିଲି ନୟନେ
ମୋ ସାଥୀରେ ନେଇଯିବି ଫେରିବା ବେଳକୁ
ଭାବିନେଲି ମନେ
ଜୀବନର ଏ ଚଲା ବାଟରେ....
ତୁମ ରୂପ ତୁମ ରଙ୍ଗ ତୁମରି ମହକ
ତୁମ ମହୁଝରା କଥା କଲାତ କୁହୁକ
କଥା ଦେଲ ସାଥେ ଯିବ ମୁଁ ଫେରିଲା ପରେ
ଜୀବନର ଏ ଚଲା ବାଟରେ....
ମନେ ମନେ ଭାରି ଖୁସି ହୋଇ
ଫେରିଲି ମୁଁ ତୁମ ବାଟ ଦେଇ
ଦେଖିଲି ତୁମେ ହସୁଛ ଆଉ କା ହାତରେ
ଜୀବନର ଏ ଚଲା ବାଟରେ....
କୁଣ୍ଡିଲୋ, କେରଙ୍ଗ, ଖୋରଧା
