
ସାରା ଜଗତରେ ଜଣିଏ ଠାକୁର
ଖାଦ୍ୟ ବସ୍ତ୍ର ତା'ର ନାନା ପ୍ରକାରର
ସେହି ପରା ଆମ ଜଗତ ଠାକୁର ॥୧॥
ପ୍ରତିଦିନ ପିନ୍ଧେ ବସ୍ତ୍ର ଭିନ୍ନ ଭିନ୍ନ
ଖାଦ୍ୟ ଭୁଞ୍ଜେ ସେ ଚଉଷଠି ବ୍ୟଞ୍ଜନ
ସେହି ପରା ଆମ ଗରବ ଗଞ୍ଜନ ॥୨॥
ଖାଦ୍ୟ ଭୁଞ୍ଜେ ସେ ଚଉଷଠି ବ୍ୟଞ୍ଜନ
ସେହି ପରା ଆମ ଗରବ ଗଞ୍ଜନ ॥୨॥
ରବିବାରେ ପିନ୍ଧେ ନାଲି ରଙ୍ଗ ପାଟ
ସୋମବାର ବସ୍ତ୍ର ଅଟେ ଶୁକ୍ଳ ଛିଟ
ସେହି ପରା ଆମ ମହାପ୍ରଭୁ ନଟ ॥୩॥
ମଙ୍ଗଳବାରରେ ସେ ବାର ପଟିଆ
ବୁଧେ ନୀଳ ବସ୍ତ୍ର ପିନ୍ଧେ ସେ ହଟିଆ
ସେହି ପରା ଆମ ଠାକୁର କାଳିଆ ॥୪॥
ବୁଧେ ନୀଳ ବସ୍ତ୍ର ପିନ୍ଧେ ସେ ହଟିଆ
ସେହି ପରା ଆମ ଠାକୁର କାଳିଆ ॥୪॥
ହଳଦୀ ରଙ୍ଗର ବସ୍ତ୍ର ଗୁରୁବାର
ଶୁକ୍ଳ ବସ୍ତ୍ରକୁ ସେ ପିନ୍ଧେ ଶୁକ୍ରବାର
ସେହି ପରା ଆମ ଜଗଦ୍ଦୀଶ୍ଵର ॥୫॥
କଳା ବସ୍ତ୍ରକୁ ସେ କରେ ପରିଧାନ
ପ୍ରତି ସପ୍ତାହର ଶନିବାର ଦିନ
ସେହି ପରା ଆମ ପତିତପାବନ ॥୬॥
ପ୍ରତି ସପ୍ତାହର ଶନିବାର ଦିନ
ସେହି ପରା ଆମ ପତିତପାବନ ॥୬॥
ଅଧିକ୍ଷଣ ଯନ୍ତ୍ରୀ,
ଏ.ଡି.ବି. ସର୍କଲ, କଟକ
ଏ.ଡି.ବି. ସର୍କଲ, କଟକ
