ଅବୁଝା ମନ ଟା
ବୁଝିବି ଅବୁଝା ହୁଏ...
ଭଲ ପାଏ ବୋଲି
କାହିଁକି ନିଜକୁ
ପ୍ରତି କ୍ଷଣେ ମାରୁ ଥାଏ...
ଯିଏ ଭଲ ପାଏ
ଯାହାକୁ ଯେତେ
ଯାଉ ଅବା ସିଏ ଯେତେ ଦୂରେ...
ଆଖି ଯେବେ ହାରେ
ମନ କୁ ପଚାରେ
ତାକୁ କାହିଁ ଝୁରି ଝୁରି ମରେ...
କେବେ ବୁଝି ନାହିଁ
ଏ ମନ ଭାବନା
ବୁଝିବ ବା ଆଉ କେତେ ଦିନେ...
ସବୁ ବୁଝି ଯିଏ
ଅବୁଝା ହୋଇବ
ଭଲ ପାଇବା କି ଥିବ ତା ମନେ...
ଦେଉଳି, ମୟୂରଭଞ୍ଜ
