ନୀଳକନ୍ଦରର କଳାହାତୀ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
ନୀଳକନ୍ଦରର କଳାହାତୀ
ଢଳି ଢଳି ହଲି ହଲି ବାହାରନ୍ତି
ତୋରା ଦିଶୁଅଛି ପାଟଛତୀ । ନୀଳକନ୍ଦରର କଳାହାତୀ ।
ହାତୀ ମହାବାହୁ ବଳବନ୍ତ
ସରି ନହୋଇବେ କୋଟି ଐରାବତ
ତାର ସମାନ କେହି ନାହାନ୍ତି । ନୀଳକନ୍ଦରର କଳାହାତୀ ।
ହାତୀ ମୋ ଆରତ ପଦ୍ମ ବନ
ଆସି ସତେ ଅବା କରିବେ ଦଳନ
ମୁଁ ଯେ ଆରତୀ କରେ ମିନତୀ । ନୀଳକନ୍ଦରର କଳାହାତୀ ।
ହାତୀ ସ୍ନହାନ ନିମନ୍ତେ ଆଜି
ମଣିଷ ସମୁଦ୍ର ମଧ୍ୟେ ପଶି ଆସି
ସ୍ନାନମଣ୍ଡପେ ବସିଅଛନ୍ତି । ନୀଳକନ୍ଦରର କଳାହାତୀ ।
ହାତୀ ପାଦଦେଶୁ ଝରେ ଗଙ୍ଗା
କେଉଁ ଜଳେ ସିଏ ଗାଧୋଇବେ ଅବା
ପ୍ରଭୁ କଳା ମୁହଁ ଚକା ଆଖି । ନୀଳକନ୍ଦରର କଳାହାତୀ ।
ହାତୀ ସ୍ନହାନ ଜଳରୁ ବୁନ୍ଦେ
ପାଇଁ ତିନିପୁରେ ଚାହିଁଛନ୍ତି ସର୍ବେ
କେତେ ଉତ୍କଣ୍ଠିତ ହୋଇ ଅତି । ନୀଳକନ୍ଦରର କଳାହାତୀ ।
ମୁଁ ଯେ ସେ ହାତୀ ପଦ କିଙ୍କର
ପ୍ରଫୁଲ୍ଲ ଚିତ୍ତରେ ପୁଷ୍ପାଞ୍ଜଳୀ କରେ
ତା ପଦେ ରଖିଅଛି ମତ୍ତି । ନୀଳକନ୍ଦରର କଳାହାତୀ ।




ମଙ୍ଗଳାଯୋଡି, ଖୋର୍ଦ୍ଧା

Post a Comment

0Comments
Post a Comment (0)