ମନେ ଭରିଥିଲ ଅମାପ ଖୁସି
କୁହ ମଉସୁମୀ କାହା ପାଦ ଚୁମି
ଘନ ତିମିରରେ ପଡ଼ିଲ ଖସି....
କେମିତି ଗୋ ତୁମ ହୃଦୟ ନିର୍ମମ
ଅନୁତାପ ଟିକେ ଜମାରୁ ନାହିଁ
କଥା ଦେଇଥିଲ ଆସିବ ଆଷାଢେ
ତୁମରି ପଥକୁ ରହିଛି ଚାହିଁ....
ଫେଡିନିଅ ବାରେ ମିନତି ମୁଁ କରେ
ଭରିଦିଅ ମନେ ଶୀତଳ ଛୁଆଁ
ନିଦାଘ ଜ୍ବାଳାରେ ଗହନ ବନରେ
ହୃଦୟ କନ୍ଦରେ ଲାଗିଛି ନିଆଁ....
ଶୁଣିବକି ଥରେ ମନ ଗହୀରରେ
ଅକୁହା କଥାକୁ ରଖିଛି ଚାପି
କେତେ ଆଶା ନେଇ ମନ ହାଇଁ ପାଇଁ
ଲୁହ ଢ଼ାଳେ ନିତି ଉଦାସୀ ଆଖି.....
କାହାଲାଗି ତମେ ପଡିଛ ଗୋ ଭ୍ରମେ
ଆଗକୁ ବଢୁନି ତୁମରି ପାଦ
ଲିଭିବନି କେବେ ଅଲିଭା ସେ ଦାଗ
ଦେଇଗଲ ଯାହା ମନେ ଆବେଗ....
କେଲୁଆପଲ୍ଲୀ, ଗଞ୍ଜାମ
