ତୋ ବିନା - ସନ୍ତୋଷ ପଟ୍ଟନାୟକ

0
ତୋ' ବିନା - ୯୩

ସଜନୀଗୋ ତୁମେ ଫେରିବନି ଆଉ
ତଥାପି ସରୁନି ମୋହ
ମୋହକୁ ଏଡିବା ସହଜ ନୁହଁଇ
ହୃଦୟେ ଭରିଛି କୋହ

ମଉନ ମନରେ ସ୍ମୃତିକୁ ବଖାଣେ
ଆଖିରୁ ଝରଇ ଜଳ
ବୟସ, ବିଳାସ ବିଳପୁଛି ଆଜି
ହେଲାରୁ ବାହୁଡ଼ା ବେଳ

ମୁଠାଏ ଆଶାକୁ ଚାତକ ପରାୟେ
ଆଜି ବି ଚାହିଁଛି ମନ
ତୋ'ବିନା ସଜନୀ ଅପରିଚିତ ମୁଁ
ହୃଦୟେ ଲାଗିଲା ଚିହ୍ନ




ବେଗୁନିଆପଡା଼ ବ୍ଳକ ,ତିରିଡା଼, ଗଞ୍ଜାମ

Post a Comment

0Comments
Post a Comment (0)